ads

Breaking News

ବରଗଡ କର୍ମଜିବୀ ସାମ୍ବାଦିକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ



ବରଗଡ,--- ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ , ସୁସ୍ଥ ସମାଜ ଗଠନରେ ଜଣେ ଜଣେ ଜାଗ୍ରତ ପ୍ରହରୀ ଭାବେ କର୍ମ କରିଥାନ୍ତି ବୋଲି ବରଗଡ ଓଡିଶା କର୍ମଜିବୀ ସାମ୍ବାଦିକ ସଂଘ ତରଫରୁ ନୂଆଁଖାଇ ଭେଟଘାଟ ଉତ୍ସବ‐୨୦୧୯ ରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି । ସ୍ଥାନୀୟ ଅଗ୍ରଣି ଯୁବକ ସଂଘ ଠାରେ ପାଳିତ ହୋଇଥିବା ନୂଆଁଖାଇ ଭେଟଘାଟ ଉତ୍ସବରେ ସାମ୍ବାଦିକ ସଂଘ ସଭାପତି ଆଶୁତୋଷ ରଥଙ୍କ ସଭାପତିତ୍ବ କରିଥିଲେ ।  ମୁଖ୍ୟ ବକ୍ତା ଦିନଦୟାଲ ଖବରକାଗଜ ସଂପାଦକ ଶିବ ଶରଣ ମିଶ୍ର, ସମ୍ମାନୀତ ଅତିଥି ବିଦ୍ୟାସାଗର ଏକାଡେମୀ ଅଧ୍ୟକ୍ଷ କେ.ଏସ୍. ଭି.ଭି.ଏସ୍ ପ୍ରସାଦ, ଜିଲ୍ଲା ଓକିଲ ସଂଘ ଉପ ସଭାପତି ସରୋଜ ତ୍ରିପାଠୀ, କର୍ମଜିବୀ ସାମ୍ବାଦିକ ସଂଘ ସଂପାଦକ ପରମାନନ୍ଦ ମିଶ୍ର ଯୋଗ ଦେଇଥିଲେ । ଗୌର ଲେବିଡି ସଭା ପରିଚାଳନା କରିଥିଲ । ଶେଷରେ ସଂଘର ସହ ସଂପାଦକ ଗୋପୀନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗୌର ଚରଣ ସା, ଅଶ୍ବିନୀ କୁମାର ତ୍ରିପାଠୀ, ସୁବ୍ରତ ବିର୍ତ୍ତିଆ, ଶ୍ରୀକାନ୍ତ ପଣ୍ତା, ଉଦୟ ବାରିକ, ବଂଶୀଧର ମାଝୀ, ସୁଶ୍ରୀ ସୌଭାଗ୍ୟଲକ୍ଷ୍ମୀ ଦାସ, ବର୍ଷାରାଣୀ ଷଣ୍ଢ, ବଳବନ୍ତ ପାତ୍ର ପ୍ରମୁଖ କବି କଳାକାର, ସମାଜସେବୀ ଓ ସାମ୍ବାଦିକ ମାନଙ୍କୁ ସଂଘ ପକ୍ଷରୁ  ସମ୍ବଦ୍ଧିତ କରାଯିବା ସହ ରୋନବୋ ପବ୍ଲିକ ସ୍କୁଲ ଓ ବିଦ୍ୟାସାଗର ଏକାଡେମୀ ସ୍କୁଲର ଛିତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇ ଥିଲା ।   

ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts