ads

Breaking News

ଡେଲାଙ୍ଗର ଚାରିଜଣ ଛାତ୍ରଛାତ୍ରୀ ଜାତୀୟ ଖୋ- ଖୋ ଖେଳିବେ


ଡେଲାଙ୍ଗ ---- ପୁଣି ଡେଲାଙ୍ଗ ବ୍ଳକ ଏବେ ଚର୍ଚ୍ଚାରେ  । ଏଠାରୁ ଚାରିଜଣ ଛାତ୍ରଛାତ୍ରୀ ଖୋ- ଖୋ ଜାତୀୟ ସ୍ତରରେ ଖେଳିବା ପାଇଁ ଯ୍ରାତା କରିଛନ୍ତି । ସେମାନେ କେନ୍ଦୁଝର ନିଶାଗଡିଆ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ୨୪ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ଓଡିଶା ଖୋ- ଖୋ ସଘଂର ସମ୍ପାଦକ ପ୍ରଦୁୃ୍ୟମ୍ନ ମିଶ୍ରଙ୍କ ଠାରୁ ଜଣାପଡିଛି ।  ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ମୁନିନ୍ଦା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଅର୍ଚ୍ଚନା ପ୍ରଧାନ ଓ କବି ପ୍ରସନ୍ନ ପାଟ୍ଟଶାଣୀ ବିଦ୍ୟାଳୟର ଅନନ୍ୟା ପ୍ରଧାନ, ଇତିଶ୍ରୀ ଖଟୋଇ ଓ କ୍ଷୀରୋଧ ବିଶ୍ୱାଳ ଜାତୀୟ ଉପକନିଷ୍ଠ ଖୋ- ଖୋ ପ୍ରତିଯୋଗିତାରେ ଓଡିଶା ଦଳରେ ସାମିଲ ହୋଇଥିବା ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନାଙ୍କ ଠାରୁ ସୁଚନା ମିଳିଛି   । ଆସନ୍ତା ୨ ତାରିଖରେ ଝାଡଖଣ୍ଡର ଧାନବାଦ ଠାରେ ଏହି ପ୍ରତିଯୋଗିତା ହେବ ।  ସୁଚନାଯୋଗ୍ୟ ଯେ ଚଳିତ ବର୍ଷ ଅନନ୍ୟା ଓ ଅର୍ଚ୍ଚନା ଓଡିଶା ଦଳରେ ସାମିଲ ହୋଇ ରୌପ୍ୟ ପଦକ ପାଇବାରେ ମୁଖ୍ୟ ଭୂମିକା ତୁଳାଇଥିଲେ  । ଏଥର  ଚାରିଜଣ ପିଲା ଯାଇଥିବାରୁ ଓଡିଶା ପାଇଁ ସ୍ୱର୍ଣ୍ଣ ପଦକ ବିଜେତା ହୋଇ ଓଡିଶାର ଗୌରବ ହୋଇ ଫେରିବ ବୋଲି ଆଶା କରାଯାଇଛି । ଏହି ଯାତ୍ରା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିଆରସିଂ ଓ ଅଶୋକ କୁମାର ପ୍ରଧାନ ଶୁଭେଛା ଜଣାଇଛନ୍ତି । ସେହିପରି ଓଡିଶା ଖୋ- ଖୋ ସଂଘର କୋଷାଧକ୍ଷ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର, ପୁରୀ ଜିଲ୍ଲା କ୍ରୀଡା ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଦେବୀ ପ୍ରସାଦ ଦାସ, ଶିକ୍ଷକ ପ୍ରବୀର ମହାପାତ୍ର, ରମେଶ ଚନ୍ଦ୍ର ପରିଡା, ବୈଜୟନ୍ତି ମାଳା ହରିଚନ୍ଦନ ଓ ଅଜିତ ରାୟ ପ୍ରମୁଖ ଶୁଭେଛା ଜଣାଇଛନ୍ତି  ।
 ଡେଲାଙ୍ଗରୁ ଧୀୋରନ୍ଦ୍ର ସେନାପତି

ads

Blog Archive

Popular Posts