ads

Breaking News

ପାଣି ନିଷ୍କାସନ ନ ହେବାରୁ ଶହ ଶହ ଏକର ଧାନ ଫସଲ ନଷ୍ଟ


ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଶହଶହ ଏକର ଧାନ ଫସଲ ବର୍ଷା ପାଣି ନିଷ୍କାସନ ନ ହୋଇ ଜମି ରହିବା ଯୋଗୁ ପୋଚା ହୋଇଗଲାଣି  । ଲଘୁଚାପ ଜନିତ ବର୍ଷା ଯୋଗୁ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ଗହିର ଗୁଡିକ ଏବେ ପାଣି ଘେରରେ ରହିଛି । ଏପରି ଅବସ୍ଥା ହୋଇଛି  କାହା ବିଲ କେଉଁଠି ତାହା ଜାଣିବା କଷ୍ଟକର ହୋଇପଡିଛି ।  ଧାନ ଫସଲ କିଆରୀରେ ପାଣି ଲହଡି ଭାଙ୍ଗୁଛି । ବିଶେଷ କରି ପାଣି ନାଳିଆ ବା ପାଣି ନିଷ୍କାସନ ଖଲାସି ଗୁଡିକରେ କଲକତି ଦଳ ଭର୍ତ୍ତି ହୋଇ ରହିବା ଯୋଗୁ ଏହି ସମସ୍ୟା ଦେଖାଯାଉଛି ବୋଲି ଚାଷୀ ଜୟରାମ ସାହୁ, ଭିକାରୀ ମହାପାତ୍ର, ହୃଷିକେସ ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ଦୁର୍ଯ୍ୟେଧାନ ଜେନା, ହାଡିବନ୍ଧୁ ମହାରଣା ପ୍ରମୁଖ ଦାବି କରିଛନ୍ତି । ସେହିପିର ଜୟପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଶାନ୍ତ ଶତପଥୀ ଉପଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗ ଆଣିଥିଲେ  । ସେହିପରି ବଳପୁର କାହୁଆ, ସାରଙ୍ଗଯୋଡି ବିଶ୍ୱନାଥପୁର, ବୀରଗୋବିନ୍ଦପୁର, ପରହାଟ, ଜୟପୁର, ପେଣ୍ଠପଡା ଆଦି ଗ୍ରାମ ପଞ୍ଚାୟତର ଶହ ଶହ ଏକର ଧାନ ଜମି ଏବେ ପାଣିରେ ବୁଡିକି ରହିଛି । ତୁରନ୍ତ ପାଣି ନିଷ୍କାସନ କରିବା ପାଇଁ ଚାଷୀ ସଂଗଠନ ପକ୍ଷରୁ ଦାବି ହୋଇଛି ।
  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts