ଭୋଟ ସମୟରେ ଗଦାଗଦା ପ୍ରତିଶ୍ତୁତି , ଭୋଟ ସରିଗଲେ ଦେଇଥିବା ପ୍ରତିଶ୍ରୁତି ଶେଷ
ବରଗଡ -----ବରଗଡ଼ ସଦର ମହକୁମା ଠାରୁ ଅନତି ଦୂରରେ ତୋରା ପଞ୍ଚାୟତ ନାଗେନପାଲି ଛକରୁ ଫ୍ଲାଇ ଓଭର କଡରେ ଥିବା ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ। ବାନ୍ଦେନ ଟିକ୍ରା ଗାଁ କୁ ଯିବାକୁ ହେଲେ ଆଗେ ଚିନ୍ତା କରିବାକୁ ବାଧ୍ୟ ହେବେ । ରାସ୍ତା ର ଅବସ୍ଥା ଏପରି ହୋଇଛି ଯେ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ।ଏହି ଅଞ୍ଚଳଟି କୃଷି ତଥା ଆଦିବାସୀ ଜନ ବହୁଳ ଅଞ୍ଚଳ । ହୋଇଥିବାବେଳେ ଓଡ଼ିଶାର ଭାତହାଣ୍ଡି କହିଲେ ଅତ୍ୟୁକ୍ତି ହେବନାହିଁ ।ତେବେ ସଦର ମହକୁମା ନିକଟରେ ଥାଇ ବି ଗାଁ ରାସ୍ତାରେ ପ୍ରଶାସନର ନଜର ପଡୁନାହିଁ ବୋଲି ଲୋକେ କହନ୍ତି ।ଏଇ ରାସ୍ତା ଦେଇ ରାତି ପାହିଲେ ହଜାର ହଜାର ଲୋକ ତଥା ସ୍କୁଲ ଛାତ୍ରଛାତ୍ରୀ ଯାତାୟତ କରିଥାନ୍ତି। ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାଟି ପାଲଟି ଯାଏ କୃତିମ ଜଳାଶୟ । ଯିବାଆସିବା ସମୟରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଲୋକେ ଅଭିଯୋଗ କରିଛନ୍ତି। ଭୋଟ୍ ବେଳେ ଆସି କେବଳ ଫମ୍ପା ପ୍ରତିଶୃତି ଦେଇ ଚାଲି ଯାଇଥାନ୍ତି।ହେଲେ ତାହା ଦିର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ପରିତ୍ୟକ୍ତ ଏଇ ଗାଁ ରାସ୍ତା।ତେବେ ସରକାରଙ୍କ ବିକାଶ ଏଠି ଫେଲ ମାରିଛି। ଆଉ କେତେ ବର୍ଷ ଗଲେ ଧ୍ୟାନ ଦେବେ ବୋଲି ଲୋକେ କହନ୍ତି।ବାରମ୍ବାର ଜନ ପ୍ରତିନିଧି ତଥା ପ୍ରଶାସନ ଅଧିକାରୀ ମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ। ରାସ୍ତାରେ ରହିଛି ବଡ଼ ବଡ଼ ସୋ ରୁମ,ସରକାରୀ ଅଫିସ।ଲୋକେ ଜାନବାହନ ଧରି ଗାଡିର ଫିଟନେଶ କରିବା ପାଇଁ ଆସିଥାନ୍ତି।ଏଇ ରାସ୍ତାଦେଇ ଅନେକ ଭାରି ଜାନ ତଥା ଟ୍ରାକ୍ଟର ସୋ ରୁମ ଥିବାରୁ ଟ୍ରାକ୍ଟର ଓ ତାର ଆବଶ୍ୟକୀୟ ଉପକରଣ ଗୁଡିକ ରାସ୍ତା କଡରେ ରଖି ଦିଆଯାଇଛି।ଯ ଦ୍ୱାରା ଲୋକେ ବିଭିନ୍ନ ସମୟରେ ଛୋଟମୋଟ ଦୁଘଟଣାର ଶିକାର ହେଉଛନ୍ତି।ତେବେ ତୁରନ୍ତ ଜିଲ୍ଲାପାଳ ଏହି ରାସ ଦୃଷ୍ଟିଦେଇ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଜନ ଆନ୍ଦୋଳନର ମୁଣ୍ଡ ଟେକିବ ବୋଲି ଲୋକେ ଜିଲ୍ଲା ପ୍ରଶାସନ କୁ ଚେତାବନି ଦେଇଛନ୍ତି।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ



