ads

Breaking News

କୋଣାର୍କରେ ମା’ ଦୁର୍ଗାଙ୍କ ପୂଜା ପାଇଁ ପ୍ରସ୍ତୁତି ବୈଠକ


D senapti
lonark news
କୋଣାର୍କ ---- କୋଣାର୍କ ସ୍ଥିତ ଶ୍ରୀ ନରସିଂହଦେବ ଦୁର୍ଗାପୂଜା କମିଟି ଆନୁକୂଳ୍ୟରେ ଆସନ୍ତା ଅକ୍ଟେବର ମାସ ୮ତାରିଖରେ ମା’ ଦୁର୍ଗାଙ୍କ ପୂଜା ନିମନ୍ତେ  ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏନଏସିର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କୋଣାର୍କ ଥାନାଧିକାରୀ ସଞ୍ଜୀବ କୁମାର ପ୍ରଧାନ, କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଆଦିତ୍ୟନାରାୟଣ ମିଶ୍ର, ଚମ୍ପାହାର ଅଗ୍ନିଶମ ଅଧିକାରୀ ଜ୍ୟୋତିପ୍ରକାଶ ରଥ,  ରାଜନେତା ଭରତଚନ୍ଦ୍ର ନାୟକ, ପଦ୍ମଚରଣ ବେଉରା କମିଟିର ସଭାପତି ସୁଶାନ୍ତ ମହାନ୍ତି, ସମ୍ପାଦକ ସନ୍ତୋଷ ପାତ୍ର, ସଦସ୍ୟ ସଞ୍ଜୟ ପତି, ଶତ୍ରୁଜିତ ନାୟକଙ୍କ ସମେତ କମିଟିର ସମସ୍ତ ସଦସ୍ୟ, ବୁଦ୍ଧିଜୀବି, ବିଭିନ୍ନ ଦଳର ଲୋକ ପ୍ରତିନିଧିମାନେ ଯୋଗ ଦେଇ ମା’ଙ୍କ ପୂଜା ନୀତିକୁ ସରସ ସୁନ୍ଦର କରିବା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ  । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ରାମକୃଷ୍ଣ ମହାନ୍ତି  ପରିଚାଳନା କରିଥିଲେ ।  ପୂଜାରେ ସମସ୍ତ ବ୍ୟବସାୟୀ ଓ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଥିଲା  ।
କୋଣାର୍କରୁ ଅଜିତ କୁମାର ମଲିକ

ads

Blog Archive

Popular Posts