ads

Breaking News

ନୟାଗଡ଼ ଏବଂ ଓଡ଼ଗାଁରେ ସ୍ୱାୟତ୍ତ ଶାସନ ଦିବସ ପାଳିତ



ନୟାଗଡ଼  ------ ଗତକାଲି ନୟାଗଡ ଏବଂ ଓଡ଼ଗାଁରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି।  ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୟାଗଡ଼ରେ ପ୍ରତ୍ୟେକ ଇଞ୍ଚ ମାଟିକୁ ସୁନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।  ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶଶୀଭୂଷଣ ଶତପଥି,ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସୁବାଷ ଚନ୍ଦ୍ର ରାୟ।ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ସଭାପତିତ୍ୱ କରିଥିଲେ।ଏହା ନୟାଗଡ ପୌରପରିଷଦର ପ୍ରଥମ ସ୍ୱାୟତ୍ତ ଶାସନ ଦିବସ। ଭିଡ଼ିଓ କଂଫେରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନୟାଗଡ଼ ପୌରପରିଷଦ ନିମନ୍ତେ ତିନି କୋଟି ତିରିଶି ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ମନ୍ତ୍ରୀ ଡ଼ଃ ସାହୁ ସହରର ଉନ୍ନତିକରଣ ନିମନ୍ତେ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ।ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ ସହ ୨୧୬ ଆବାସ ଯୋଜନାର କାର୍ଯ୍ୟାଦେଶ ପତ୍ର ବଣ୍ଟନ କରିଥିଲେ ।ନୟାଗଡର ଭାଲୁଖୋଲ ନିକଟରେ ଏକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ କରାଯିବା ସହ ଚିନିକଳର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅନୁରୂପ ଭାବେ ଓଡ଼ଗାଁରେ ମଧ୍ୟ ବିଭିନ୍ନ ଯୋଜନାକୁ ସଫଳ ରୂପାୟନ କରିବାପାଇଁ ମନ୍ତ୍ରୀ ଘୋଷଣା କରିଛନ୍ତି।କାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପରିଶେଷରେ ମନ୍ତ୍ରୀ ନୟାଗଡ଼ ଆହାର କେନ୍ଦ୍ରକୁ ଯାଇ ସେଠାରେ ପାମ୍ପଡ଼ ବଣ୍ଟନର ଶୁଭାରମ୍ଭ କରିଥିଲେ ଯାହାକି ଓଡ଼ିଶାର ଆହାର କେନ୍ଦ୍ରମାନଙ୍କ ମଧ୍ୟରେ ପ୍ରଥମ । 

ଓଡ଼ଗାଁରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts