ads

Breaking News

ପଞ୍ଚାୟତ ସ୍ତରୀୟ ଆଭିଯୋଗ ଶୁଣାଣି ଶିବିର


 D behera
bari news

  ବରୀ----  ବରୀ ବ୍ଲକ ର ବାଇଶିରିଆ ପଞ୍ଚାୟତ କାର୍ଯ୍ୟାଳୟରେ ପରିସରରେ ପଞ୍ଚାୟତ  ସ୍ତରୀୟ ଆଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି  ।ଏହି ଶିବିରରେ ବାଇଶିରିଆ , ଆଟିରା ଓ କିମ୍ଭିରିଆପାଳ ପଞ୍ଚାୟତ ର ଲୋକଙ୍କ ଅଭିଯୋଗକୁ ବରୀ ବିଡ଼ିଓ ଶୁଭଶ୍ରୀ ତ୍ରିପାଠୀ ଶୁଣିଥିଲେ ।  ବିଡିଓ ଭାବେ ଯୋଗଦେବା ପରେ ଅଭିଯୋଗ ଶୁଣାଣି ଶିବିର ଏଥର ପଞ୍ଚାୟତ ସ୍ତରୀୟ ହେବ ବୋଲି କହିଥିଲେ ।  ତାହା ସେ କାର୍ଯ୍ୟ ରେ କରି ଦେଖାଇଛନ୍ତି । ଏଥି ପାଇଁ ଜନସାଧାରଣଙ୍କ ପକ୍ଷରୁ  ବିଡ଼ିଓଙ୍କୁ ସାଧୁବାଦ  ଜଣାଇଛନ୍ତି ।  ବିଡିଓଙ୍କ ସୁଚନା ଅନୁଯାୟୀ ଉକ୍ତ ଶିବିର ରେ  ପଞ୍ଚାୟତ ରୁ ବହୁ  ଜନ ସାଧlସରଣ ,ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା , ଭିର୍ଣ୍ଣକ୍ଷମ  ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ଆବେଦନ କରିଛନ୍ତି । ବ୍ଲକ ଅଫିସ ରେ ତର୍ଜମା କରିବା ପରେ ସେମାନଙ୍କୁ ତୁରନ୍ତ ଉକ୍ତ ଯୋଜନା ଅନୁଯାୟୀ ଭତ୍ତା ପ୍ରଦାନ କରାଯିବ ବୋଲି ବିଡ଼ିଓ ସୁଚନା ଦେଇଛନ୍ତି ।  ସରପଞ୍ଚଙ୍କ    ପ୍ରତିନିଧି ନରହରି ପରିଡା , ବାଈଁଶିରିଆ ସରପଞ୍ଚଙ୍କ   ପ୍ରତିନିଧି ବାସୁଦେବ ସାହୁ ଲୋକଙ୍କୁ ବୁଝାସୁଝା କରି ଧାଡିରେ ଆସି ଅଭିଯୋଗ ଜଣାଇବାକୁ ଲୋକମାନକୁ କହିଥିଲେ  ।
ଜନ ଶୁଣାଣୀ ଶିବିରରେ ଯୋଗାଣ ନିରୀକ୍ଷକ ପ୍ରଶାନ୍ତ କୁମାର ନାୟକ, ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ସହଦେବ ବେହେରା, ପଞ୍ଚାୟତ ନିର୍ବାହି ଅଧିକାରୀ ମନୋରଞ୍ଜନ ସେଠୀ, ଉଦ୍ଧବ ବିଶ୍ଵାଳ, ରାମଚନ୍ଦ୍ର ପାଲ, Grs ସଂଜୀବ କୁମାର ପୃଷ୍ଟି, ତନ୍ମୟ ପରିଡା ପ୍ରମୁଖ ଉପସ୍ଥିତ ଥିଲେ.      ।    
ବବରୀରୁଦର୍ଶନ ବେହେରା

ads

Blog Archive

Popular Posts