ads

Breaking News

ଦଲିକି ସ୍କୁଲକୁ ନେଇ ବିବାଦ, ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ


ହାଟଡ଼ିହି-----କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଦଲିକି ସ୍କୁଲକୁ ନେଇ ଗତ କିଛିଦିନ ହେଲା ବିବାଦ ମୁଣ୍ଡଟେକିଛି  । ଏହାର ସମାଦାନ ପାଇଁ ଦଲିକି ଗ୍ରାମବାସୀ, ସ୍କୁଲ କମିଟି ସଭ୍ୟସଭ୍ୟା ଓ ଅଭିଭାବକମାନେ ଜିଲ୍ଲାପାଳଙ୍କୁ ଭେଟି ପୁର୍ବତନ ସଭାପତିଙ୍କ ବିରୁଧରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ହଦଗଡ ପଞ୍ଚାୟତର ବଣଜଂଗଲ ପାହାଡ ପରିବେଷ୍ଟିତ ରାସ୍ତା ନଥିବା ଦଲିକି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନ ନିଜର ଅକ୍ଳାନ୍ତ ପରିଶ୍ରମରେ ବିଦ୍ୟାଳୟରେ ଏକ ସୁନ୍ଦର ପରିବେଶ ସୃଷ୍ଟି କରିବା ସହିତ ଶିକ୍ଷାର ମାନବୃଦ୍ଧି କରି ଆଦିବାସୀ ଲୋକଙ୍କୁ ଶିକ୍ଷାର ଆଲୋକ ଦେଖାଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ପ୍ରୀୟପାତ୍ର ହୋଇପାରିଛନ୍ତି । ଏପରିକି ପ୍ରଧାନ ଶିକ୍ଷକଙ୍କ ପାଇଁ ଏହି ସ୍କୁଲଟି ଜିଲ୍ଲା ତଥା ରାଜ୍ୟ ସ୍ତରରେ ପୁରସ୍କୃତ ହୋଇପାରିଛି । ଦୀର୍ଘଦିନ ଧରି ସେଠାରେ ସଭାପତି ଭାବେ ରହିଥିବା ରବିନ୍ଦ୍ର ଦେହୁରୀ ତାଙ୍କ ପିଲାଙ୍କୁ ସେଠାରୁ ନେଇ ଯାଇ ଅନ୍ୟତ୍ର ପଢ଼ାଇବାପରେ ସ୍କୁଲ ପରିଚାଳନା କମିଟି ତାଙ୍କୁ ବହିଷ୍କାର କରି ନୁତନ ସଭାପତି ମନୋନୀତ କରିବାପରେ ବିଦ୍ୟାଳୟରେ ବିବାଦ ଆରମ୍ଭ ହୋଇଛି ।  ବିବାଦକୁ ସମାଧାନ କରିବା ପରିବର୍ତ୍ତେ ସ୍ଥାନୀୟ ପଞ୍ଚାୟତର କିଛି ବ୍ୟକ୍ତି ଏହାକୁ  ରାଜନୈତିକ ଚିତ୍ରଣ କରୁଛନ୍ତି ।  ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏପରିକି ବିଦ୍ୟାଳୟ ପରିଚାଳନା କମିଟି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ପୁର୍ବତନ ସଭାପତିଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ସୋସୋ ଥାନାରେ ପୃଥକ ପୃଥକ ଅଭିଯୋଗ ମାନ କରାଯାଇଛି । ଏପରିକି ପଞ୍ଚାୟତର ଜଣେ ୱାର୍ଡସଭ୍ୟ ବିନା ଅନୁମତିରେ ବିଦ୍ୟାଳୟରେ ପସି ଭିଡିଓ ଚିତ୍ର ଉତ୍ତୋଳନ କରିବା ସହିତ ଏହାକୂୁ ଦେଖାଇ କିଛି ବ୍ୟକ୍ତି ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ଠାରୁ ଅର୍ଥ ଦାବି କରି ଧମକ ଚମକ ଦେଉଚନ୍ତି ।  ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଏହି ଅଭିଯୋଗ ହୋଇଥିଲେବି  ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ  ବୋଲି ପରିଚାଳନା କମିଟି ସଭାପତି ଚକ୍ରଧର ହୋ, ଅବଳା ନାୟକ, ପାଗଳ ନାଏକ, ଲଦର ହୋ, ସୁରେଶ ନାୟକ, ଜୟରାମ ମହାକୁଡ, ବାପୁନୁ ହୋ, ସୁରୁ ହୋ, ସୁରୁ ମହାକୁଡ, ଚାନ୍ଦୁ ହୋ, କାଳନ୍ଦୀ ନାୟକ, ସନୁ ଗିରି, ଜୁମାଲ ହୋଙ୍କ ସମେତ ବହୁ ଅଭିଭାବକ ମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।
ହାଟଡିହିରୁ ବିକାଶ ବିଶ୍ୱାଳଙ୍କ ରିର୍ପୋଟ

ads

Blog Archive

Popular Posts