ads

Breaking News

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାମ ପରିବର୍ତ୍ତନ ଅଭିଯୋଗରେ ବିଜେପି ପକ୍ଷରୁ ଦାବିପତ୍ର


D Senapati
Sakhigopal news
ସାକ୍ଷୀଗୋପାଳ -----  ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାମ ପରିବର୍ତ୍ତନ କରି ମିଛ ବିଜ୍ଞାପନ ଦେଇ ଆଦର୍ଶ ସଙ୍ଗୀୟ ବ୍ୟବସ୍ଥାକୁ ଉଲଙ୍ଗନ କରୁଥିବା ବିରୋଧରେ ସତ୍ୟବାଦୀ ବିଜେପି ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦ୍ୟେଶରେ ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତଙ୍କ ଜରିଆରେ ଶୁକ୍ରବାର ପ୍ରଦାନ କରାଯାଇଛି ।  ବିଜେପିର ଯୁବ ନେତା  ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ  ଏକ ଶୋଭାଯାତ୍ରାରେ ବ୍ଳକ ପର୍ଯ୍ୟନ୍ତ ଯାଇ ବିଡିଓଙ୍କୁ ଦୁଇପୁଷ୍ଠା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦ୍ୟେଶରେ ପ୍ରଦାନ କରାଯାଇଥିଲା  । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ଅର୍ଥକୁ ରାଜ୍ୟ ସରକାର କିପରି ନାମ ପରିବର୍ତ୍ତନ କରି ନିଜ ନାମରେ କରିବା ସହ ଗରିବ, ଅସହାୟ ଲୋକଙ୍କୁ ଭଣ୍ଡାଇ ଚାଲିଛନ୍ତି । ଏ  ସମ୍ପର୍କରେ ବିଡିଓଙ୍କ ସହିତ ବିଜେପିର ଏକ ପ୍ର୍ତିନିଧି ଦଳ ଆଲେଚନା କରିଥିଲେ  । ଏପରିକି ବାତ୍ୟାରେ ଦଳୀୟ ଭାବରେ ଘରଭଙ୍ଗା ସାହାର୍ଯ୍ୟ କରାଯାଉଛି, ଦଳୀୟ ଭାବେ ପ୍ରଦାନମନ୍ତ୍ରୀ ଆବାସ ଯୋଜନା ସଠିକ ହିତାଧିକାରୀଙ୍କୁ ଚିହ୍ନଟ ନ କରାଯାଇ ଦଳୀୟ ଭାବେ ଚିହ୍ନଟ କରାଯାଇଥବା ଅଭିଯୋଗ କରାଯାଇଥିଲା  । ସେହିପରି କୌଣସି ନିୟମ ଅଛିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନ ଲେଖିବା ପାଇଁ ବୋଲି ପ୍ରତିନିଧି ଦଳ ବିଡିଓଙ୍କୁ ପଚାରିଥିଲେ  । ବିଡିଓ ଶ୍ରୀ ଦତ୍ତ କହିଥିଲେ ଦୁଇଟି ଯାକ ଲେଖିବା ପାଇଁ ଆମକୁ ନିର୍ଦ୍ଦେଶ ରହିଛି  । ଏହି ପ୍ରତିନିଧି ଦଳରେ  ରାଜ୍ୟସ୍ତରୀୟ ବିଜେପିର କାର୍ଯ୍ୟକର୍ତ୍ତା କୃଷ୍ଣଚନ୍ଦ୍ର ଜଗଦେଦ ଓ ରତିକାନ୍ତ ମିଶ୍ର,ଦୀପକ ଶତପଥୀ,  ଉମେଶ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଜାନକୀ ବରାଳ,କମଳା କାନ୍ତ ମିଶ୍ର, ଚିନ୍ମୟ କୁମାର ଜେନା, ପ୍ରାଚୁର୍ଯ୍ୟ ହୋତା, ଜୟପୁର ପଞ୍ଚାୟତର ସରପଞ୍ଚ ବିଶ୍ୱଜିତି ମହାପାତ୍ର ଦାସବିଦ୍ୟଧରପୁର ପଞ୍ଚାୟତର ସରପଞ୍ଚ   ହରିହର ନନ୍ଦ, ଶତାଧିକ ବିଜେପି କର୍ମୀ ମାନେ ଉପସ୍ଥିତ ରହିଥିଲେ  ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts