ads

Breaking News

୨୮ରେ ରାଷ୍ଟ୍ରପତିଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ବାତିଲ

କୋଣାର୍କ---- ବଙ୍ଗୋପସାଗରେରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ତ୍ତମାନ ଓଡିଶାରେ ଲଗାଣ ବର୍ଷା ଲାଗିରହିଛି । ଫଳରେ ସାମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୨୮ ତାରିଖରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କୋଣାର୍କ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବା ଅବସରରେ ଆସନ୍ତା ୨୮ତାରିଖରେ  ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକେପ୍ଟରରେ ଆସି କୋଣାର୍କ ସ୍ଥିତ ହେଲିପ୍ୟାଡରେ ଅବତରଣ କରିବାପରେ କଡା ସୁରକ୍ଷା ବଳୟ ମଧ୍ୟରେ ଆସି  ଭାରତୀୟ ତୈଳ ପ୍ରତିଷ୍ଠାନ ଦ୍ୱାରା ନିର୍ମିତ ଅର୍କକ୍ଷେତ୍ର ବ୍ୟାଖ୍ୟାନ କେନ୍ଦ୍ର ଓ ବିଶ୍ୱଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଏଥିପାଇଁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ଏସପି ଉମାଶଙ୍କର ଦାଶ ଗତ ୨୩ ତାରିଖ ସନ୍ଧ୍ୟାରେ କୋଣାର୍କ ଆସି ସ୍ଥିତି ଅନୁଧ୍ୟାନ କରିବାସହ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏଥିସହ ୨୪ତାରିଖରେ ହେଲି ପ୍ୟାଡକୁ ପ୍ରସ୍ତୁତି କରାଯାଉଥିବା ବେଳେ ବାରିକେଟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ରାଷ୍ଟ୍ରପତିଙ୍କ କୋଣାର୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବା ଖବର ୨୪ତାରିଖ ରାତି ୯ଟାପରେ ଜଣାପଡିଥିଲା  ।
 କୋଣାର୍କରୁ ଅଜିତ କୁମାର ମଲିକ

ads

Blog Archive

Popular Posts