ads

Breaking News

ଅଞ୍ଚଳର ବିକାଶ ନିମନ୍ତେ ମହାରଥୀ ଓ ଜିଲ୍ଲାପାଳଙ୍କୁ ଭେଟିବ ପିପିଲି ବିକାଶ ମଞ୍ଚ

B Mohapatra sakhigopal news satyabadi news
pipili News
ପିପିଲି----ପିପିଲି ବିକାଶ ମଞ୍ଚର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ପିପିଲି ଠାରେ ଅନୁଷ୍ଠିତ ହୋଇଯାଇଛି । ରାମଚନ୍ଦ୍ର ଦାଶ ଏହି ବୈଠକରେ ଅଧକ୍ଷତା କରିଥିବା ବେଳେ ପିପିଲି ଅଞ୍ଚଳର ବିକାଶ ପାଇଁ  ସଦସ୍ୟ ମାନେ ଆଲୋଚନା କରିଥିଲେ ।  ପିପିଲି ମେଡିକାଲରେ ଡାକ୍ତର ଅଭାବକୁ ଯଥା ଶିଘ୍ର ପୁରଣ କରିବା  । ଯାତ୍ରୀବାହି ବସ ଗୁଡିକ ପିପିଲି ବଜାର ଦେଇ ନଆସି ବାଇପାସ ରାସ୍ତାରେ ଚାଲିଯିବା ଦ୍ୱାରା ବିଶ୍ୱ ପ୍ରସିଦ୍ଧ ଚାନ୍ଦୁଆ ପ୍ରକଳ୍ପ ଉପରେପ୍ରଭାବ,ଅତିଥିଭବନ,ସମ୍ମିଳନୀକକ୍ଷ,ବସଷ୍ଟାଣ୍ଡ,ସ୍କୁଲରେ ଶୈାଚାଳୟ ନଥିବା,ଜଳନିଷ୍କାସନ ପାଇଁ ଡ୍ରେନଜ ଆଦି  ସମସ୍ୟାର ସମାଧାନ ନିମନ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ, ସ୍ଥାନିୟ ବିଧାୟକ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତି କରାଯିବା ପାଇଁ ପ୍ରସ୍ତାବ ଗୃହିତ ହୋଇଛି  । ତତ୍ ସହିତ ସ୍ଥାନିୟ ବିଧାୟକ ପ୍ରଦୀପ ମହାରଥୀ ଓ ଜିଲ୍ଲାପାଳ ପୁରୀଙ୍କୁ ଖୁବଶିଘ୍ର ମଞ୍ଚର ସଦସ୍ୟମାନେ ସାକ୍ଷାତକରି ଅଞ୍ଚଳର ସମସ୍ୟା ଗୁଡିକର ସମାଧାନ ନିମନ୍ତେ ଅବଗତି କରିବେ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି  ।ଏହି ବୈଠକରେ ବିକାଶ ମଞ୍ଚର ସମ୍ପାଦକ ରମେଶ ଚନ୍ଦ୍ର ମହାପାତ୍ରଙ୍କ ସହିତ ପିପିଲି ବଜାର କମିଟି ସଭାପତି ଜବାର ଖାଁ ଇଂ-ରମେଶ ଶତପଥୀ,ଡା.ଉସିମଉଦିନ୍ ଅହମ୍ମଦ,ଅବୁ ଅୟୁବ ଖାଁ ,ରାଜ୍ୟ ଉକ୍ରଳ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ପୁର୍ଣ୍ଣ ଚନ୍ଦ୍ର ନାୟକ,ସାମ୍ବାଦିକ ହେମନ୍ତ ସେଠୀ ପ୍ରମୁଖ ଯୋଗ ଦେଇ ଏହି ଆଲୋଚନାରେ ଭାଗ ନେଇଥିଲେ ।
 ପିପିଲିରୁ ବିଜୟ କୁମାର ମହାପାତ୍ର

ads

Blog Archive

Popular Posts