ads

Breaking News

ପ୍ଲାଷ୍ଟିକ ମୁକ୍ତ ଅଭିଯାନ ବୈଠକ ଅନୁଷ୍ଠିତ


  ପୁରୀ-----   ସହରକୁ ପ୍ଲାଷ୍ଟିକ ମୁକ୍ତ କରିବାପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅଭିଜାନ କୁ ଆସନ୍ତା ୨ ତାରିଖରୁ ଆହୁରି ଜୋରସୋର କରାଯିବ । ଏ ସଂକ୍ରାନ୍ତରେ ଏକ ବୈଠକ ଜିଲ୍ଲାପାଳ ଶ୍ରୀ ବଲଵନ୍ତ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟବସାୟୀ , ହୋଟେଲ ମାଲିକ ବେସରକାରୀ ସଂସ୍ଥାର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଅକ୍ଟୋବର ୨ ତାରିଖ ଦିନ ବଡ଼ ଦାଣ୍ଡରେ ଏକ ବିଶାଳ ଶୋଭାଯାତ୍ରା ର ଆୟୋଜନ କରାଯାଇଛି। ଘର କୁ ଘର ବୁଲି ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ ପାଇଁ ମଧ୍ୟ ଅଭିଯାନ ଆରମ୍ଭ ହେବ। ବିଭିନ୍ନ କାର୍ଯ୍ୟକ୍ରମ ବିବାହ ବ୍ରତ ସମୟରେ ହୋଟେଲ କିମ୍ବା କଲ୍ୟାଣ ମଣ୍ଡପରେ ଥର୍ମୋକଲ ପ୍ଲେଟ୍ ଓ ଗ୍ଲାସ୍ ବ୍ୟବହାରକୁ ସମ୍ପୁର୍ଣ୍ଣ ଭାବେ ନିଷେଧ କରାଯିବ। ଖିଲାପ କାରିଙ୍କ ବୁରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ପ୍ଲାଷ୍ଟିକ ମୁକ୍ତ ଅଭିଯାନ ରେ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ, କ୍ଷୁଦ୍ର ଓ ବଡ଼ ବ୍ୟବସାୟୀ ଏବଂ ହୋଟେଲ ସଫ ଙ୍କୁ ମଧ୍ୟ ସାମିଲ୍ କରାଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଡଃ ଉମାଶଙ୍କର ଦାସ, ପିଡି ଡିଆରଡିଏ ଶ୍ରୀ ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ପୁରୀ ପୈର ସଂସ୍ଥା ନିର୍ବାହି ଅଧିକାରୀ ଶ୍ରୀ ବିଜୟ କୁମାର ଦାସ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। 

ପୁରୀରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts