ads

Breaking News

ଶରଣକୁଳ ସେବା ସମବାୟ ସମିତି ଲିଃ ରେ ମଇକ୍ରୋ ଏଟିଏମ ସେବା ଉଦ୍ଘାଟିତ


ଶରଣକୁଳ------ ଶରଣକୁଳ ସେବା ସମବାୟ ଲିଃ ଶାଖାରେ ଲୋକମାନେ ଏଟିଏମ କାର୍ଡ଼ ହାସଲ କରିଥିଲେ ମଧ୍ୟ ଶାଖାରେ ଏଟିଏମ ସେବା ନଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।ଏହି ସେବା ଯୋଗାଇଦେବା ପାଇଁ ଗ୍ରାହକମାନେ ବହୁଦିନ ଧରି ଦାବି କରିଆସୁଥିଲେ। ଆଜି ଦିନ ୨ଘଟିକା ସମୟରେ ଉକ୍ତ ଶାଖାରେ ମଇକ୍ରୋ ଏଟିଏମ ସେବା ଉଘାଟିତ ହୋଇଯାଇଛି। ଏହାକୁ ସମିତିର ସଭାପତି ଶ୍ରୀ ରବୀନ୍ଦ୍ର କୁମାର ଚୌଧୁରୀ ,ଶାଖା ପରିଚାଳକ ପ୍ରଫୁଲ୍ଲ କୁମାର ସାହୁ,ପ୍ରୋଗ୍ରାମ କୋଡ଼ିନେଟର ଦେବାଶିଷ ମହାପାତ୍ର,ସମିତିର ସମ୍ପାଦକ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ଉପସ୍ଥିତିରେ ଉକ୍ତ ଉଦ୍ଘାଟନ କାର୍ଯ୍ୟକ୍ରମ କରାଯାଇଥିଲା। ଉପସ୍ଥିତ ଥିବା କିଛି ଗ୍ରାହକ ମଧ୍ୟ ଟଙ୍କା ଉଠାଣ କରିଥିଲେ। 


  • S Daeli
    Odagana News
    ଓଡ଼ଗାଁରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts