ads

Breaking News

ପଦାର୍ଥ ବିଜ୍ଞାନ ସମ୍ମାନ ବିଭାଗରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ


ଓଡ଼ଗାଁ------ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟର ପଦାର୍ଥବିଜ୍ଞାନ ସମ୍ମାନ ବିଭାଗରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଇଂରାଜୀ ବିଭାଗୀୟ ମୁଖ୍ୟ ଶ୍ରୀ ବିଶ୍ୱନାଥ ମହାରଣା ଶ୍ରୀ ରଘୁନାଥ ଜୀଉଙ୍କୁ ପୁଷ୍ପମାଲ୍ୟ ଓ  ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ   ଉଦଘାଟନ  କରିଥିଲେ। ଅଧ୍ୟୟନ ଗୋଷ୍ଠୀର ସହସମ୍ପାଦକ ମିତାଲି ବାରିକ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ । ସହ ସମ୍ପାଦକ ଶ୍ରୀ ତପନ କୁମାର ଷଡଙ୍ଗୀ  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଭାଗୀୟ ମୁଖ୍ୟ ଶ୍ରୀ ପ୍ରସନ୍ନ କୁମାର ଦାଶ ସଭାପତିଙ୍କୁ କାର୍ଯ୍ୟସୂଚୀ ହସ୍ତାନ୍ତର କରିଥିଲେ।  ଏଥିରେ ଅଧ୍ୟାପକ ବାବାଜୀ ପରିଡା,ପ୍ରଦୀପ କୁମାର ସାଥୁଆ,ପ୍ରଦୀପ କୁମାର ପ୍ରଧାନ,ସମ୍ବିତ କୁମାର ଦାସ,ସୁକାନ୍ତ କୁମାର ସାହୁ,ପବିତ୍ର କୁମାର ସାହୁ,ପ୍ରଶାନ୍ତ କୁମାର ମିଶ୍ର,ସୁରେନ୍ଦ୍ର କୁମାର ସାହୁ ଏବଂ ଅଧ୍ୟାପିକା ନିରୂପମା ଦଳବେହେରା, ମୌସୁମୀ ମହାପାତ୍ର,ଶ୍ବେତପଦ୍ମା ନାୟକ ଏବଂ ପ୍ରମୁଖ ଯୋଗଦେଇ ଶିକ୍ଷଣୀୟ ଉପଦେଶ ଦେଇଥିଲେ।ଗଣମାଧ୍ୟମ ପ୍ରତିନିଧି ଶ୍ରୀ ଆଦର୍ଶ କୁମାର ପଟ୍ଟନାୟକ ଏବଂ ସାରସ କୁମାର ମିଶ୍ର ଯୋଗଦେଇ ଛତ୍ରଛାତ୍ରୀମାନଙ୍କ ବ୍ୟକ୍ତିତ୍ୱ ବିକାଶ କରିବା ପାଇଁ ବଳିଷ୍ଠ ତଥ୍ୟ ଉପସ୍ଥାପନ କରିଥିଲେ।ପରିଶେଷରେ ନବାଗତ/ନବାଗତାଙ୍କୁ ଉପହାର ପ୍ରଦାନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। 


ଓଡ଼ଗାଁରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts