କାଳିଆ ଯୋଜନାରେ ଫର୍ମ ପକାଖୁ ନେଇ ଦୁଇ ଭାଇ ମଧ୍ଯରେ ମାରପିଟ ; ଥାନାରେ ଅଭିଯୋଗ
ଡେଲାଙ୍ଗ--- ଡେଲାଙ୍ଗ ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ କାଳିଆ ଯୋଜନାରେ ଫର୍ମ ପକାଇବାକୁ ନେଇ ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ ଥାନାରେ ଅଭିଯୋଗ । ପୋଲିସ ସୁତ୍ରରୁ ପ୍ରକାଶ ଯେ ଜଗଦଳପୁର ଗ୍ରାମର କାହ୍ନୁଚରଣ ସାମନ୍ତରାୟଙ୍କ ସ୍ତୀ ଅହଲ୍ୟା ସାମନ୍ତରାୟ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତାଙ୍କ ଦିଅର କାଳିଆ ଯୋଜନାରେ କାହିଁକି ଫର୍ମ ପକାଇଲ ମତୋ ନ ପଚାରିକି ବୋଲି କହି ଅଶିଳ ଭାଷାରେ ଗାଳି ଦେଇଥିଲେ । ରାଗରେ ଏକ ଦଉଡି ଆଣି ଘର ପଥର ଖୁଣ୍ଠରେ ମୋର ଗୋଡ ହାତ ବାନ୍ଦିକି ରଖିଥଲେ । ବିଳମ୍ବିତ ରାତିରେ ମୋର ସ୍ୱାମୀ ଭୁବନେଶ୍ୱରରୁ ଆସିବା ମାତ୍ରେ ମିଳିତ ଭାବରେ ଠେଙ୍ଗା, ଲୁହାରଡ ଓ ଖଣ୍ଡାରେ କାହ୍ନୁ ଚରଣ ସାମନ୍ତରାୟଙ୍କୁ ହାଣିଥିଲେ । ଯାହା ଫଳରେକି ମୋ ସ୍ୱାମୀ କାହ୍ନୁଙ୍କର ମୁଣ୍ଡରେ ଗଭୀର ଆଘାତ ସୃଷ୍ଟି ହୋଇଥିଲା । ପ୍ରଥମେ ଡେଲାଙ୍ଗ ଡାକ୍ତରଖାନାରେ ଚିକିତ୍ସା ହୋଇଛନ୍ତି । ଭୁବନେଶ୍ୱର ଯିବା ପାଇଁ ଡାକ୍ତର କହିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅନ୍ୟ ପକ୍ଷେ ଅଭିଯୁକ୍ତ ମାନେ ଜୀବନରେ ମାରି ଦେବାକୁ ଧମକ ଚମକ ଦେଉଥିବା ଏତଲାରେ ଲେଖିଛନ୍ତି । ସୁଚନାଯୋଗ୍ୟ ଯେ ପୂର୍ବରୁ ଜମି ଜମାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମନାନ୍ତର ହୋଇଥିବା ଜଣାପଡିଛି । କାଳିଆ ଯୋଜନାରେ ବିଶେଷ କରି ଫର୍ମ ପକାକୁ ନେଇ ଏହି ଗଣ୍ଡଗୋଳ ହଣାକଟା ହୋଇଥିବା ଜଣାପଡିଛି । ଡେଲାଙ୍ଗ ଥାନା ଆଇଆଇ ସି ଅସିତ କୁମାର ମହାନ୍ତି ଅଭିଯୋଗକୁ ଗ୍ରହଣକରି ୫/୧୯ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
