ads

Breaking News

ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ପରିସରରେ ଥିବା ବିଜୁ ପଟ୍ଟନାୟକ ସମ୍ମଳନୀ ପ୍ରକୋଷ୍ଠରେ ମଙ୍ଗଳବାର ଦିନ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ବିଧାୟକ ପ୍ରଦୀପ ମହାରଥୀ  । ଭର୍ତ୍ତା, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆମ ଗାଁ ଆମ ବିକାଶ , କାଳିଆ ଓ ପିଠା କାର୍ଯ୍ୟକ୍ରମ ସମ୍ପର୍କରେ ବିଭିନ୍ନ ଅଧିକାରୀ ମାନଙ୍କୁ ଡକାଇ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ  । ତୁରନ୍ତ କାର୍ଯ୍ୟ ଶେଷ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ବିଡିଓ କ୍ଷୀରୋଦ ଚନ୍ଦ୍ର ପ୍ରଧାନ, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ବିଡିଓ ପ୍ରଦୀପ୍ତ କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକ,  ଜିପିଓ ପୂର୍ଣ୍ଣଚନ୍ଦ୍ର ସେଠୀ, ସାମଜ ମଙ୍ଗଳ ଅଧିକାରୀ ତପନ କୁମାର ଦାଶଙ୍କ ସହିତ ବିଭିନ୍ନ ଅଧିକାରୀ ମାନେ ଏହି ସମୀକ୍ଷା ବୈଠକରେ  ଉପସ୍ଥିତ ରହିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts