ads

Breaking News

ଘର ତାଲା ଭାଙ୍ଗି ଲୁଟ

ପିପିଲି----ପିପିଲି ଥାନା ଅନ୍ତର୍ଗତ ଶିରିଆପୁର ଗ୍ରାମରେ ପ୍ରାୟ ୨୦ ବର୍ଷ ଧରି  ଘର ଭଡା ନେଇ ଶିକ୍ଷକ ବାସୁଦେବ ସାହୁ ପରିବାର ସହ ରହି ଆସୁଥିଲେ  । ଶନିବାର ଦିନ ତାଙ୍କର ସମ୍ପକୀୟଙ୍କ ବିବାହ ଉତ୍ସବକୁ ଯାଇଥିଲେ  । ଏହାର ସୁଯୋଗ ଦେଇ କେତେକ ଦୁବୁର୍ତ୍ତ ମାନେ ଘର ତାଲା ଭାଙ୍ଗିବା ସହ ଗଡରେଜ ଆଲମାରୀ ଭାଙ୍ଗି ତା ମଧ୍ୟରେ ଥିବା ନଗଦ ୮ହଜାର ଟଙ୍କା ସହିତ ୩୦ହଜାର ଟଙ୍କା ମୁଲ୍ୟର ଲୁଗାପଟା ଚୋରି କରି ନେଇଥିବା ପିପିଲି ଥାନାରେ ଅଭିଯୋଗ କରିଛନ୍ତି । ଆଜି ସକାଳେ ଘରକୁ ଫେରିବା ସମୟରେ ଗରୁ ଚୋରୀ ହୋଇଥିବା ସମ୍ପର୍କେ ଜାଣିଥିଲେ  । ଚୋରି ଅଭିଯୋଗ କୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି । 
ପିପିଲିରୁ ବିଜୟ ମହପ।।ତ୍ର

ads

Blog Archive

Popular Posts