ads

Breaking News

ରାଧାକାନ୍ତ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ----- ଡେଲାଙ୍ଗ ଷ୍ଟେସନ ସ୍ଥିତ ରାଧାକାନ୍ତ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୧୪ ବିଭାଗରେ ୧୪୬ ଜଣ ପିଲା ଅଂଶ ଗ୍ରହଣ କରିଥିଲେ  ।ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ପଦ୍ମନାଭ ବରାଳ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପାଠ ସହିତ ଶାରିରୀକ ବ୍ୟାୟମର ଉପକାରିତା ସମ୍ପର୍କେ ଆଲୋକପାତ କରିଥିଲେ । ଆଜିର ଦିନରେ ସକରାର କ୍ରୀଡାରେ ସୁର୍ନାମ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କରିଛନ୍ତି । ଏଣୁ ଜଣେ ପିଲା  ପାଠ ସହିତ କ୍ରୀଡା ପ୍ରତି ଆଗ୍ରହ ରଖିବା ପାଇଁ ସେ ମତ ପ୍ରକାଶ କରିଥିଲେ  । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ୱାଳ ସଭାରେ ସଭାପତିତ୍ୱ କରିଥିଲେ । ଶିକ୍ଷକ ସନ୍ତୋଷ କୁମାର ମହାନ୍ତି ସଭା ପରିଚାଳନା କରିଥିଲେ  । ସଂଗୀତା ମହାନ୍ତି, ଅର୍ଚ୍ଚନା ନାୟକ, ଇତିଶ୍ରୀ ସ୍ୱାଇଁ, ସୃତିରେଖା ଚୌଧୁରୀ, କୃପାସିନ୍ଧୁ ସାହୁ, ରଘୁନାଥ ସାହୁ  ଉପସ୍ଥିତ ରହିଥିଲେ  । ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାଧବ ଚନ୍ଦ୍ର ତ୍ରିପାଠୀ କେଳ ପରିଚାଳନା କରିଥିବା ବେଳେ ଖଜୁରିଆ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିପ୍ରଚରଣ ସାହୁ ସହଯୋଗ କରିଥିଲେ  । ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଧର ପ୍ରଧାନ ଧନ୍ୟବାଦ ଦେଇଥିଲେ  । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts