ads

Breaking News

ଆଳିସ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମରେ ଏଲଇଡି ବଲ ବଣ୍ଟନ

ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଆଳିସ ଗ୍ରାମ ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ  ମହିଳା ପୁରଷ ଯୋଗଦେଇଥିଲେ  । ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟାଙ୍କ ପ୍ର୍ତିନିଧି ଦେବାଶିଷ ରାୟ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କେ ଆଲେକପାତ କରିବା ସହ ୧୦୦ଟି ପରିବାରଙ୍କୁ ଏଲଇଡି ବଲ ବଣ୍ଟନ କରିଥିଲେ  ।  ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ବିଳାସିନୀ ରାଉତ, ସମିତିସଭ୍ୟ ଗିତାଞ୍ଜଳୀ ପ୍ରଧାନ,  ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ କଳ୍ପନା ମହାପାତ୍ର, ସୁନେତ୍ର ଯୋଜନାରେ ଅଳଗୁମ ସ୍ୱାସ୍ଥ୍ୟକେନ୍ଧ୍ରରୁ ସୁକାଣ୍ଡ କୁମାର କୁଣ୍ଡ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ରାଉତ, ଭିଆରପି ରିତୁ ଜେନା ଙ୍କ ସହିତ  ୱାର୍ଡ ସଭ୍ୟସଭ୍ୟା , ଅଙ୍ଗନୱାଡି କର୍ମୀ, ମହିଳା ସଂଗଠନ ପ୍ରମୁଖ  ଉପସ୍ଥିତ ରହି ପିଠା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ  ।   ନରେନ୍ଦ୍ରପୁର ସମିତସଭ୍ୟ ପ୍ରଶାନ୍ତ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  । ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ  । ସେହିପରି ମହୁରା, ମୂଳଅଳସା ଓ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 
 ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts