ads

Breaking News

ପିଠା କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ପିଠା ଯୋଜନାର ପର୍ଯ୍ୟବେକ୍ଷକ ଯୋଗଦେଲେ

ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ଧାନକେରା ଗ୍ରାମ ପଞ୍ଚାୟତରେ ଶୁକ୍ରବାର ଦୁତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପିଠା କାର୍ଯ୍ୟକ୍ରମ କିପରି ଚାଲିଛି ତଦାରଖ କରିବା ପାଇଁ ଓଡିଶା ସରକାରଙ୍କ ପିଠା କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷକ ପ୍ରଜ୍ଞାଧାରା ମିଶ୍ର ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କେ ଉପସ୍ଥିତ ଥିବା ମହିଳା ପୁରୁଷ ମାନଙ୍କୁ ସଚେତନତା କରାଇଥିଲେ  । ଅନ୍ୟତମ ଅତିଥି ଭାବେ ବ୍ଳକ ଯୋଗାଣ ବିଭାଗ ଅଧିକାରୀଣି ଲିପିସା ରାଣି ରାଉତ, ସରପଞ୍ଚ ପ୍ରସନ୍ନ କୁମାର ଜେନା, ସମିତିସଭ୍ୟା ପ୍ରିତିଲତା ସେନାପତି, ସମବାୟ ସମିତିର ସଭାପତି ପ୍ରଭାତ ସାହୁ, ସିଡିପିଓଙ୍କ କାର୍ଯ୍ୟାଳୟର ସୁପରଭାଇଜର ଶାନ୍ତିଲତା ବାରିକ, ପୂର୍ବତନ ସମିତିସଭ୍ୟ ଅମୀୟ ବରାଳ ପ୍ରମୁଖ ଯୋଗଦେଇଥିଲେ  । ଏହି ପିଠା କାର୍ଯ୍ୟକ୍ରମରେ ୧୫୨ ଜଣଙ୍କୁ ଭର୍ତ୍ତା କାର୍ଡ, ୬୪ ଜଣଙ୍କୁ ରାଶନ କାର୍ଡ ସହିତ ୧୦୦ଟି ପରିବାରଙ୍କୁ ଏଲଇଡି ବଲ ବଣ୍ଟନ କରାଯାଇଥିଲା  । ପୂର୍ବତନ ସରପଞ୍ଚ ଉପେନ୍ଦ୍ର ପ୍ରଧାନ ପିଠା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ  ।
 ସାକ୍ଷୀଗୋପାଳରୁ  ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts