ads

Breaking News

ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ୧୯ତମ ବାର୍ଷିକ ଉତ୍ସବ।

କୋର୍ଣାକ----ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ୧୯ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁଧାକର ସାମନ୍ତରାୟ ଯୋଗଦେଇ ପ୍ରଦିପ ପ୍ରଜ୍ଜ୍ୱଳନ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ପ୍ରଫେସର ସନ୍ତୋଷ କୁମାର ମିତ୍ର ଅଧ୍ୟକ୍ଷ ମଙ୍ଗଳା ମହାବିଦ୍ୟାଳୟ କାକଟପୁର , ସମ୍ମାନିତ ଅତିଥି ଶ୍ରୀଯୁକ୍ତ ବସନ୍ତ କୁମାର ମିଶ୍ର ବ୍ଲକ ଶିକ୍ଷା ଅଧିକାରୀ ଗୋପ, ଶ୍ରୀଯୁକ୍ତ ସ୍ବପ୍ନେଶ୍ଵର ସାହୁ ଶିକ୍ଷା ବିତ୍, ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଘନଶ୍ୟାମ ମିଶ୍ର  ଯୋଗଦେଇଥିଲେ ।  ବାର୍ଷିକ ବିବରଣୀ ପଠନ କରିଥିଲେ ଶ୍ରୀଯୁକ୍ତ ଗୁଣନିଧି ମୁଦୁଲି ସମ୍ପାଦକ ବିବେକାନନ୍ଦ ଶିକ୍ଷା କେନ୍ଦ୍ର କୋଣାର୍କ। ଦୁଇ ବର୍ଷର ଦଶମ ଶ୍ରେଣୀରେ ସବୋର୍ଚ୍ଚ ମାର୍କ ରଖିଥିବା ଛାତ୍ରଛାତ୍ରୀ ଓ ବକ୍ତୃତା, ସଂଗୀତ, ଚିତ୍ରାଙ୍କନ, କ୍ରିଡ଼ା ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ତିନିଜଣ ଶିକ୍ଷାବିତିଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।  ଉତ୍ସବରେ ସ୍ଵାଗତ ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା। ବାର୍ଷିକ ଉତ୍ସବକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ପରିଚାଳନାରେ ସହ ଯୋଗ କରିଥିଲେ।
ନିମାପଡାରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts