ads

Breaking News

ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କଲେ ମନ୍ତ୍ରୀ ଶ୍ରୀ ମହାନ୍ତି

ସାକ୍ଷୀଗୋପାଳ------ପୁରୀ ଜିଲ୍ଲାର ଚନ୍ଦନପୁର ସ୍ଥିତ ଗଙ୍ଗାନାରାୟଣ ପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ରାଜ୍ୱସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ତିନି ମହାପୁରଷ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ  ମଧୁସୂଦନ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତ ଲୋକାର୍ପିତ କରିଛନ୍ତି । ଉତ୍କଳ ସ୍ୱାଭିମାନ ମଞ୍ଚ ପକ୍ଷରୁ ଏହି ପ୍ରତିମୂର୍ତ୍ତି ଗୁଡିକ ପ୍ରଦାନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶ ସଭାପତିତ୍ୱ କରିଥିଲେ  । ମୁଖ୍ୟବକ୍ତା ଭାବେ ଗୋପବନ୍ଧୁଙ୍କ ଦାୟଦ ତଥା ସମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ସମ୍ମାନିତ ଅତିଥି ଡ. ପ୍ରଭାକର ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ହୋତା, ବିଶ୍ୱନାଥ ମିଶ୍ର, ସତ୍ୟବାରାୟଣ ମିଶ୍ର, ଅନ୍ନପୂର୍ଣ୍ଣ ଦେବୀ ଓ ରଘୁନାଥ ମହାପାତ୍ର ପ୍ରମୁଖ ଯୋଗଦେଇ ମହାପୁରୁଷଙ୍କ ନୀତି ଓ ଆଦର୍ଶକୁ ଅନୁସରଣ କରିବା ସହ ତାଙ୍କ ପାଖରେ ସବୁଦିନ ମଥାପାତି ପ୍ରଣିପାତ କଲେ ନିଶ୍ଚୟ ଭଲ ମଣିଷ ହେବାର ଆର୍ଶିବାଦ ସେମାନେ ଦେବେ ବୋଲି ଅତିଥି ମାନେ କହିଥିଲେ  । ସେହିିପରି ବିଦ୍ଯାଳୟର ପୁରାତନ ଛାତ୍ର ତଥା ଦୁଗଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରକାଶ ଖଟେଇ ଉପସ୍ଥିତ ରହିଥିଲେ । ଦିବାକର ତ୍ରିପାଠୀ ଗୋପବନ୍ଧୁ, ସ୍ୱର୍ଗତ ଚନ୍ଦ୍ରଶେଖର ଷଢ଼ଙ୍ଗୀ ମଧୁବାବୁ ଓ ଚନ୍ଦ୍ରଶେଖର ପାଣି ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ଦାନ କରିଥିଲେ ବୋଲି ଅନୁଷ୍ଠାନ ପକ୍ଷରୁ ଜଣାପଡିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର ସଭାଟିକୁ ସଂଯୋଜନା କରିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts