ads

Breaking News

ସାକ୍ଷୀଗୋପାଳ ସତତ୍ସଙ୍ଗ ବିହାର ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଗମନୀ ଅପେକ୍ଷାରେ

ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଛକ ନିକଟରେ ଥିବା ସାକ୍ଷୀଗୋପାଳ ସତତ୍ସଙ୍ଗ ବିହାର ଯୁଗ ପୁରୁଷୋତ୍ତମ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଶତାନବେତମ ଶ୍ରୀକ୍ଷେତ୍ରରୁ ସାକ୍ଷୀଗୋପାଳ ଆଗମନୀ ସ୍କୃତି ମହୋତ୍ସବ ସହିତ ଏକାଦଶ ବାର୍ଷିକ ସ୍କୃତି ମହୋତ୍ସବ ଅପେକ୍ଷାରେ ପ୍ରସ୍ତୁତି ହୋଇ ରହିଛି । ଏହି ଅବସରରେ ଶୁକ୍ରବାର ପ୍ରତ୍ୟୁଷ ବେଦ ମାଙ୍ଗଳିକ, ଉଷା କୀର୍ତ୍ତନ, ପ୍ରାତଃ ବିନତି, ସଙ୍ଗୀତାଞ୍ଜଳୀ, ସତତ୍ସଙ୍ଗ ଓ ସଦାଲୋଚନା ସହିତ ସ୍ମରଣିକା ତପୋ ଦୀପାଳି ଉନ୍ମୋଚନ କରାଯିବ । ପୁବାହ୍ନରେ ପୁରୀ ଠାରୁ ଆଗ୍ତ ରଥାରୂଢ଼ ଶ୍ରୀ ଶ୍ରୀ ଠାକୁରଙ୍କ ବିଗ୍ରହ ସହ ଶୋଭାଯାତ୍ରା ଓ ନଗର କୀର୍ତ୍ତନ କରାଯିବା ପରେ ସମୂହ ପ୍ରସାଦ ସେବନ କରାଯିବ ବୋଲି ଉତ୍ସବ କମିଟିର ସଭାପତି ପ୍ରହ୍ଳାଦ ଘଟୁଆରୀ ଜଣାଇଛନ୍ତି । ଏହି ଅବସରରେ ସତତ୍ସଙ୍ଗ ବିହାର, ସାକ୍ଷୀଗୋପାଳ ସଜେଇ ହୋଇ ଠାକୁରଙ୍କ ଆଗମନୀ ଅପେକ୍ଷାରେ ରହିଛି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,

ads

Blog Archive

Popular Posts