ads

Breaking News

ଗ୍ରାମ କୃଷି ବିକାଶ ପରିଷଦ କାର୍ଯ୍ୟାଳୟରେ ୭୦ ତମ ସାଧାରଣତନ୍ତ ଦିବସ ପାଳିତ

 ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ଗ୍ରାମ କୃଷି ବିକାଶ ପରିଷଦ ଓ ମାତୃଶକ୍ତି ଖାଦ୍ୟ ପ୍ରକିୟା କରଣ ଉଦ୍ୟୋଗ ବୀରଗୋବନ୍ଦପୁର କାର୍ଯ୍ୟାଳୟ ଠାରେ  ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି  । ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ଧୀରେନ୍ଦ୍ର ସେନାପତି ଯୋଗଦେଇ କାର୍ଯ୍ୟାଳୟ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ସହ ଧୂପ ଦ୍ୱୀପ ଦେଇଥିଲେ  । ପରେ ପରେ ଜାତୀୟ ପତକା ଉତ୍ତୋଳନ କରି ଦେଶପ୍ରତି ଅବଦାନ ରହିଥିବା ସେହି ମହାପୁରଷଙ୍କ ଜିବନୀ ଉପରେ ଆଲେକପାତ କରିଥିଲେ  ।  ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ପ୍ରତାପ ପାହନ୍ତାସିଂ, କୋଷାଧ୍ୟକ୍ଷ ସଂଜୁକ୍ତା ପାହନ୍ତାସିଂ , ମା ଯୋଗମାୟା ମହିଳା ଗୋଷ୍ଠୀ ସମ୍ପାଦିକା ସୁକାନ୍ତି ଦାସ, ସଦସ୍ୟା ବିଣାପାଣି ବେହେରା, ଗୋପବନ୍ଧୁ କୃଷକ କ୍ଳବର ସଭାପତି ନରହରି ମିଶ୍ର, ଅପତ୍ତି ପ୍ରଧାନ, ଶ୍ରତୁଘନ୍ନ ପ୍ରଧାନ ବନମାଳି ନନ୍ଦ,ମା ଯୋଗମାୟା କୃଷକ କ୍ଳବର ସଭାପତି ପ୍ରମୋଦ କୁମାର ଗୁରୁ, ସମ୍ପାଦକ ଭରତ ପ୍ରଧାନ, ସତ୍ୟ ପ୍ରସନ୍ନ କୁମାର ଜେନା, ସୁଦାମ ରାଉତ, ଲିଙ୍ଗରାଜ ରାଉତ, ସୁଧାକର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts