ads

Breaking News

ଗ୍ରାମର ଶିକ୍ଷାର ଉନ୍ନତି ହେବ ବୈଜ୍ଞାନିକ ଶ୍ରୀ ସାହୁ

 ଡେଲାଙ୍ଗ ----  ଯେଉଁମାନେ ବଡ ବଡ ସହରରେ ରହି ନିଜ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସେମାନେ ନିଜର ଜନ୍ମମାଟି କଥା ଭୁଲି ଯାଇଥାନ୍ତି । ମାତ୍ର ଏପରି ଜଣେ ବ୍ୟକ୍ତି ବିଶେଷ ସେ ତାଙ୍କ ପିଲା ଦିନର କଥାକୁ ମନେ ପକାଇ ଗ୍ରାମର ଉନ୍ନତି ସହ ଗ୍ରାମର ଛୋଟ ଷଛାଟ ପିଲା ମାନଙ୍କର ଶିକ୍ଷାର ଉନ୍ନତି ପାଇଁ ଆଗେଇ ଆସିଛନ୍ତି ସେ ହେଉଛନ୍ତି ଅଭୟମୁଖୀ ଗ୍ରାମର ନାରାୟଣ ସାହୁ ( ୬୦)  । ସେ ଏବେ ସୁଦୂର ଆମେରିକାରେ କ୍ୟାନସର ରୋଗର ଚିକିତ୍ସା ପାଇଁ ଗବେଷଣା ରତ ଅଛନ୍ତି । ମାତ୍ର ସୁବିଧାକୁ ଅପେକ୍ଷା କରିଥିଲେ ନିଜ ପିଲା ଦିନର ସେହି ଗାଁ କଥା  । ସେ ଦିନର କଷ୍ଟ କରି ଯେଉଁ ଶିକ୍ଷା ଲାଭ କରିଛନ୍ତି ସେ କଷ୍ଟ ନଥିଲେ ମଧ୍ୟ ଆଗେଇ ଆସିଛନ୍ତି ଗ୍ରାମର ପିଲା ମାନେ କିପରି ଉଚ୍ଚ ଶିକ୍ଷତ ହେବେ ।  ଗ୍ରାମରେ ଥିବା ଲୋକନାଥ ୟୁଥ ସୋସିଆଲ ଅର୍ଗାନାଇଜେସନ୍ ଅନୁଷ୍ଠାନର ମିଳିତ ସହଯୋଗ ନେଇ ଆଗେଇଛନ୍ତି ଗ୍ରାମର ବିକାଶ ପାଇଁ  । ଏଥିପାଇଁ ସେ ପ୍ରଥମ ପର୍ଯ୍ୟାୟରେ ଅତ୍ୟାଧୁନିକ ପାଠାଗାର ନିର୍ମାଣ କରିବା ପାଇଁ ବୈଜ୍ଞାନିକ ଶ୍ରୀ ସାହୁ ଓ ତାଙ୍କ ଧର୍ମପତ୍ନୀ କଲ୍ୟାଣୀ ସାହୁ ପ୍ରମୁଖ ଉପସ୍ଥିତିରେ ଭୁମିପୂଜା ଅନୁଷ୍ଠିତ ହୋଇଯାଇଛି  । ଏହି ଅବସରରେ ସେ କହିଥିଲେ ଯେଉଁ ପିଲା ମାନେ ଅର୍ଥ ଅଭାବରୁ ପାଠ ଛାଡୁଛନ୍ତି ବା ଶିକ୍ଷା ପାଇଁ  ମତେ ଜଣାଇଲେ ମୁଁ ସମସ୍ତ ସାହାର୍ଯ୍ୟ କରିବେ ବୋଲି କହିଥିଲେ  । ଏହି ଭୁମିପୂଜା  ଉତ୍ସବରେ ଜିଲ୍ଲା ପରିଷଦସଭ୍ୟ ଦେବାଶିଷ ନନ୍ଦ, ଗ୍ରାମ୍ୟ କ୍ଳବର ସଭାପତି ସୁରେନ୍ଦ୍ର ସାହୁ, ଉପସଭାପତି ସବିତା ସାହୁ, ସମ୍ପାଦକ ଅଜୟ ପ୍ରଧାନ, ମନୁଆ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ   । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts