ads

Breaking News

ବେରବୋଇର ଗାନ୍ଧୀପୀଠରେ ରାଜ୍ୟପାଳ

ଡେଲାଙ୍ଗ--- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ‘ଜାତୀୟ  ଗ୍ରାମୀଣ ଗାନ୍ଧୀ ମହୋତ୍ସବ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ଯୋଗଦେବା ପାଇଁ ଆସିଥିବା   ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ  ବେରବୋଇ ଗାନ୍ଧୀପୀଠରେ ବୁଧବାର ଅପରାହ୍ନରେ ପହଞ୍ଚିଥିଲେ  ।  ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତିରେ ସୁତି ଓ ମାଲ୍ୟାର୍ପଣ କରିଥିଲେ  । ଗାନ୍ଧୀପୀଠର ଏ ଅବସ୍ଥା ଦେଖି  ମହାମହିମା ରାଜ୍ୟପାଳ ଶ୍ରୀ ଲାଲ ଆଚମ୍ଭିତ ହେବା ସହ ଦୁଃଖ ପ୍ରକାଶ କରିଥିଲେ  । ସେଠାରେ ଓଡିଶା  ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ,ଗାନ୍ଧୀ ସ୍ମାରକି ସମିତିର ସମ୍ପାଦକ ଚନ୍ଦ୍ର ଶେଖର ବିଶ୍ୱାଳଙ୍କ ସହ କସ୍ତୁରବା ସେବା କୁଟୀର ପରିଚାଳିକା ଓ ବେରବୋଇ ସରପଞ୍ଚଙ୍କ ପ୍ରତିନିଧି କୈଳାସ ସ୍ୱାଇଁ ଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts