ads

Breaking News

ସତ୍ଯବାଦୀରେ ସମୂହ ପହିଲି ପ୍ରସାଦ ସେବନ


ସାକ୍ଷୀଗୋପାଳ ------ ସାକ୍ଷୀଗୋପାଳ ବଡ ବଜାରରେ ଥିବା ଗୋବିନ୍ଦଜୀଉ ମଠରେ କାହିଁ କେଉଁ କାଳରୁ ପହିଲି ଭୋଗ ହୋଇ ଆସିଥିଲା । ମାତ୍ର ବଡବଜାର ଓ ବୁଡା ଗଣେଶ ପୂଜା କମିଟିର ଯୁବକ ମାନେ ଏହି ପହିଲି ଭୋଗ ଦାୟତ୍ୱ ହାତକୁ ନେଇ ଏକ ଭିନ୍ନ ପରମ୍ପରା ସୃଷ୍ଟି କରିଛନ୍ତି । ମଠ ନିକଠରେ ଥିବା ଗଣେଶ ମଣ୍ଡପରେ ପତିତପାବନ ଓ ଗଣେଶ ରହିଥିବାରୁ ମଠରେ ପହିଲି ଭୋଗ ରନ୍ଦା ହେବାପରେ ଏଠାରେ ମଠ ଓ ମଣ୍ଡପରେ ଭୋଗ ଲାଗିଥାଏ  । ପରେ ପରେ ବାଳଗୋପାଳଙ୍କୁ ବଣ୍ଟନ କରାଯାଇଥାଏ । ମାତ୍ର ଶେଷ ଦିନ ବା ମକର ସଂକ୍ରାନ୍ତି ପୂର୍ବଦିନ ଏକ ବଡଧରଣର ପହିଲି ଭୋଗର ଆୟୋଜନ ସ୍ଥାନୀୟ ଯୁବକ ଓ ଗଣେଶ ପୂଜା କିମିଟି ସଭ୍ୟ ମାନେ କରିଥାନ୍ତି । ଏପରିକି ଛୋଟ ଠାରୁ ବଡ ଲୋକମାନେ ଓ ପଥଚାରୀ ମହିଳା ପୁରୁଷଙ୍କୁ ପ୍ରସାଦ ସେବନ କରିବାକୁ ଦିଆଯାଇଥାଏ । ଏହି ପ୍ରସାଦ ପାଇବା ପାଇଁ ବି ଲୋକ ମାନଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଥିବାର ଦେଖାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts