ads

Breaking News

ଜାତୀୟ ଗ୍ରାମୀଣ ମହୋତ୍ସବ ଉଦଘାଟିତ

ଡେଲାଙ୍ଗ  ---- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ମୁନିନ୍ଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ତିନିଦିନ ବ୍ୟାପି  ଜାତୀୟ ଗ୍ରାମୀଣ ଗାନ୍ଧୀ ଉତ୍ସବ ବୁଧବାର ଅପରାହ୍ନରେ ଉଦ୍ଘାଟିତ  ହୋଇଯାଇଛି । ମୁଖ୍ୟ ଅତିଥି ଭାବେ  ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ  ଯୋଗଦେଇ ମହାତ୍ମା ଗାନ୍ଧୀ ଏପରି ଏକ ନାମ ଯାହାକି ବର୍ଣ୍ଣନା କରିବା ଅସମ୍ବବ  । ସେ ଚାହିଁଥିଲେ ପ୍ରତି ଗ୍ରାମରେ ସାଧାରଣତନ୍ତ୍ର ଭାବରେ ବସବାସ କରିବା ସହ ଚଳନି ମଧ୍ୟ ସେହିପରି ହୋଉ  ବୋଲି  ରାଜ୍ୟପାଳ  ଶ୍ରୀଲାଲ କହିଥିଲେ  ।  ସଭା କାର୍ଯ୍ୟ ଆରମ୍ଭରେ  ଜଗନ୍ନାଥ ଓ  ଗାନ୍ଧୀଜିଙ୍କ ଫଟୋ  ଚିତ୍ରରେ ମାଲ୍ୟର୍ପଣ ଓ ପ୍ରଦ୍ୱୀପ ପ୍ରଜ୍ଜଳନ କରାଯାଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଥିଲା  । ଅତିଥି ମାନଙ୍କୁ  ଉତ୍ସବ କମିଟି ପକ୍ଷରୁ ଫୁଲତୋଡା ସମ୍ବଦ୍ଧିତ କରାଯାଇଥିଲା  । ଏହି ଅବସରରେ ଆୟୋଜିତ ଜାତୀୟ ଗ୍ରାମୀଣ ମହୋତ୍ସବ ଓ ସ୍ୱଦେଶୀ ମେଳା ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପକ ବିଭାଗ ପୁରୀଙ୍କ ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମହାମହିମ ରାଜ୍ୟପାଳ ଉଦ୍ଘାଟନ କରିଥିଲେ  । ଅନ୍ୟତମ ଅତିଥି ଭାବରେ ଲୋକସଭାସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ସଚ୍ଚିବ ତଥା ସାହିତ୍ୟକ ପ୍ରସନ୍ନ କୁମାର ହୋତା, ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଅଧ୍ୟକ୍ଷା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ସ୍ୱାଧୀନତା ସଂଗ୍ରାମୀ  ବିପିନ ବିାହାରୀ ରଥ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ପ୍ରମୁଖ ଯୋଗଦେଇ ଗାନ୍ଧୀଜିଙ୍କ ଆତ୍ମ ଜୀବନି ଓ ତାଙ୍କ ଆଦର୍ଶ ଏବେ ବି ବଞ୍ଚିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ  । ଏହି ଅବସରରେ ବିଶ୍ୱମୁକ୍ତି ରାଷ୍ଟୀୟ ସମ୍ମାନରେ ସାତଜଣଙ୍କୁ ବିଭିନ୍ନ ସମ୍ମାନରେ  ସମ୍ମାନୀତ କରାଯାଇଥିଲା  । ଏହି ଅବସରରେ ଗାନ୍ଧୀ ବାଦୀ ଉପରେ ଏକ ପୁସ୍ତକ ଉନ୍ମୋଚିତ ଉପସ୍ଥିତ ଅତିଥି ମାନେ କରିଥିଲେ  । ଉତ୍ସବରେ ପ୍ରଫେସର ଶଶାଙ୍କ ଚୁଡାମଣି ସ୍ୱାଗତ ଭାଷଣ ଦେଇଥିବା ବେଳେ  ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା ମଞ୍ଚ ପରିଚାଳନା କରିଥିଲେ  । ଉତ୍ସବର ଆବାହକ ତଥା ବିଦ୍ୟାଳୟର ପୁରାତନ ଛାତ୍ର ଅଧ୍ୟାପକ ତ୍ରିପାଥ ପରିଡା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ  ପ୍ରମୁଖ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ  ।  ସଂଧ୍ୟାରେ ବିଭିନ୍ନ ସଂସ୍କୃାତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  । ସେହିପରି ମହାମହିମ ରାଜ୍ୟପାଳ  ପ୍ରଫେସର ଶ୍ରୀ ଗଣେଶୀ ଲାଲ ବେରବୋଇ ଗାନ୍ଧୀ ପୀଠକୁ ଯାଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାସହ ଗାନ୍ଧୀ ପୀଠସ୍ଥଳିର ଅବସ୍ଥା ଦେଖି ଦୁଖଃ ପ୍ରକାଶ କରିଥିଲେ  । ସେହିପରି ଆଜି ସକାଳୁ ବେରବୋଇ ଗାନ୍ଧୀ ପୀଠରୁ ଜ୍ୟୋତି ଯାତ୍ରା ଅନୁଷ୍ଠିତ ହୋଇଥିଲା  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts