ads

Breaking News

ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ତାଲିମ ଶିବିର

ପିପିଲି-----ପିପିଲି ପୈାରାଞ୍ଚଳର ଔିଇଜାଡ କମ୍ପୁଟର ତାଲିମ କେନ୍ଦ୍ର ପରିସରରେ ଜିଲ୍ଲା ଶିଳ୍ପକେନ୍ଦ୍ର ପୁରୀଙ୍କ  ଆନୁକୁଲ୍ୟରେ ଶିଳ୍ପ ଉଦ୍ୟୋଗୀ ବିକାଶ ତାଲିମ ଶିବିର ଉଦଘାଟିତ ହୋଇଯାଇଛି  । ଏହି ତାଲିମ ଶିବିର କୁ ଜେନରାଲ ମ୍ୟାନଜର ଡିଆଇସି ପୁରୀ ଟି ବଦ୍ରିନାରାୟଣ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ  । ସମ୍ମାନିତ ଅତିଥିଭାବେ ପୁର୍ବତନ ଏନଏସି ଅଧକ୍ଷ ଏସ କେ ବାବୁ,ପିପିଲି ଏନଏସି  ବିଧାୟକଙ୍କ ପ୍ରତିନିଧି ଶରତ ଚନ୍ଦ୍ର ବେହେରା,ସମାଜସେବି ଗୁଲଜାର ମହମ୍ମଦ ତାଲିମ ଶିବିର ରେ ଯୋଗ ଦେଇ ଉପସ୍ଥିତ ଥିବା ଯୁବକ ଯୁବତୀ ମାନଙ୍କୁ ଆଜିର ଉଦ୍ୟୋଗି ବିକାଶ ତାଲିମ ଉପରେ  ସୁଚିନ୍ତିତ ମତାମତ ଦେଇଥିଲେ । ଏହି ଶିବିରରେ ୮୦ଜଣ ରୁ ଅଧିକ ଯୁବକ ଯୁବତୀ ଅଂଶ ଗ୍ରହଣକରିଥିଲେ  ।   ଉକ୍ତ କାର୍ଯ୍ୟକ୍ରମକୁ ଆଇଏମଏମଏସ କଟକ ପ୍ରତିନିଧି ଲକ୍ଷ୍ମି ନାରାୟଣ ନନ୍ଦ ପରିଚାଳନା କରୁଥିବା ବେଳେ ପିପିଲି ବ୍ଲକ ଶିକ୍ଷା ବିକାଶ ଅଧିକାରି ବାସୁଦେବ ଘଡେଇ ଧନ୍ୟବାଦ ଦେଇଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର

ads

Blog Archive

Popular Posts