ପଞ୍ଚାୟତ ସ୍ଥରୀୟ ପ୍ରିମିୟର ଲିଗ କ୍ରିକେଟ ମ୍ଯାଚ ଉଦ୍ଯାପିତ
ଡେଲାଙ୍ଗ----- ଡେଲାଙ୍ଗ ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ଚତୁର୍ଥ ବାର୍ଷିକ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ମ୍ୟାଚ ରବିବାର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନ ଦିବସରେ ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ପିପିଲିର ପୂର୍ବତନ ଜିଲ୍ଲା ।ପରିଷଦ ସଭ୍ୟ କିଶୋର ଛୋଟରାୟ, ନାରାୟଣ ସ୍ୱାଇଁ, ପ୍ରଦୀପ୍ତ କୁମାର ପ୍ରଧାନ ଓ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ମ୍ୟାଚ ଡବଲ ଲାଇନ୍ସସ ଓ ପ୍ଳାଇଙ୍ଗି ଡଲଫିନ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ପ୍ରଥମେ ଡବଲ ଲାଇନ୍ସସ ବ୍ୟାଟିଂ କରି ୧୨ ଓଭରରେ ୬ ଉଇକେଟ ହରାଇ ୧୪୭ ରନ କରିଥିଲା । ଜବାବରେ ପ୍ଳାଇଙ୍ଗି ଡଲଫିନ କ୍ରିକେଟ ଦଳ ୧୨ ଓଭରରେ ୫ ଉଇକେଟ ହରାଇ୧୩୦ ରନ କରିଥିଲେ । ମ୍ୟାନଅଫ ଦି ମ୍ୟାଚ ଦୀପ୍ତି ରଞ୍ଜନ ମହାପାତ୍ରୂ , ମ୍ୟାନ ଅଫ ଦି ସରିଜି ସୁଧାକର ପ୍ରଧାନଙ୍କ ନାମ ଘୋଷଣା କରାଯାଇଥିଲା । ସଂଗ୍ରାମ ବଳିୟାରସିଂହ, ଗଣେଶ ସ୍ୱାଇଁ ମ୍ୟାଚ ପରିଚାଳନା କରିଥିଲେ । ପୁରଷ୍କାର ବିତରଣୀ ଉତ୍ସବରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସଂଜୟ କୁମାର ଜେନା ଓ ସମିତିସଭ୍ୟାଙ୍କ ପ୍ରତିନିଧି ସନ୍ତୋଷ କୁମାର ଭଟ୍ଟ ପ୍ରମୁଖ ଉପସ୍ଥିତ ରହି ଚବ୍ପିୟାନ ଦଳକୁ ଚମ୍ପିୟାନ ଟ୍ରଫି ଓ ରନ୍ସ ଦଳକୁ ରନସ୍ କପ ପ୍ରଦାନ କରିଥିଲେ । ୟଙ୍ଗଷ୍ଟାର ସମସ୍ତ ସଦ୍ଯସମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
