ads

Breaking News

ଛାତ୍ରୀଙ୍କୁ ପୋଷାକ ବିତରଣ ଉତ୍ସବ

 
ଭଞ୍ଜନଗର--  ସ୍ଥାନୀୟ ଚନ୍ଦ୍ର ଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ,ବି ଡି ପୁର ଠାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ପ୍ରୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୋଷାକ ପରିଧାନ ଯୋଜନା ତରଫରୁ 90 ଜଣ ଛାତ୍ରୀଙ୍କୁ ପୋଷାକ ବିତରଣ  କରାଯାଇଥିଲା। ଉକ୍ତ ସଭାରେ ବିଦ୍ୟାଳୟର ସଭାପତି ତଥା କନ୍ଧମାଳ ସାଂସଦ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ସଭା ସଂଯୋଜନା କରିଥିଲେ । କଳା ଶିକ୍ଷୟତ୍ରୀ ଶ୍ରୀମତୀ ମଧୁସ୍ମିତା ସାହୁ ଗଣିତ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ, ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ସାହୁ, ସଂସ୍କୃତ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର, ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ନମିତା ପାଳ ଏବଂ ଖେଳ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିମା କୁମାରୀ ରଥ ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟର ସଭାପତି ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୧/୨୦୨୩----୭,୪୫  Sakhigopal News,6/11/2023

ads

Blog Archive

Popular Posts