ads

Breaking News

ଡେଲାଙ୍ଗରେ ବିଜୁ ବାବୁଙ୍କ ୨୪ତମ ଶ୍ରାଦ୍ଧ ଦିବସ ପାଳିତ


 ଡେଲାଙ୍ଗ----- ଡେଲାଙ୍ଗ ହାଟ ବଜାର ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ବିଜୁପ୍ରେମୀଙ୍କ ସହିତ ଦିବଂଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ତଥା ରୁଦ୍ର ପ୍ରସାଦ ମହାରଥୀ , ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ପୁଷ୍ପମାଲ୍ୟ ଓ ଧୂପ, ଦୀପ ପ୍ରଦାନ କରିଥିଲେ । ବିଜୁ ବାବୁ ଜଣେ ଜଣେ ରାଜନୀତିଜ୍ଞ ନୁହେଁ ନୂତନ ଓଡିଶା ନିର୍ମାଣର ଜଣେ କରିତକର୍ମା ପୁରୁଷ ଥିଲେ ।ବିଜୁ ବାବୁଙ୍କୁ କିଏ ବା ନଜାଣେ । କଳିଙ୍ଗର ବୀରପୁତ୍ର ଭାବେ ବେଶ ଜଣାଶୁଣା ବୋଲି ମତ ପ୍ରକାଶ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବ୍ଳକର ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଜିଲ୍ଲା ବିଜେଡି ଦଳର ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ଡେଲାଙ୍ଗ ବ୍ଳକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ସୁଦୀପ୍ତ ନାୟକ, ସୌମ୍ୟରଞ୍ଜନ  ମହାପାତ୍ର, ପିଙ୍କୁ ପ୍ରଧାନ, ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ନବଘନ ପ୍ରଧାନ, ଲୋକନାଥ ବେହେରାଙ୍କ ସହିତ ବହୁ ବିଜୁପ୍ରେମୀ ମାନେ ଉପସ୍ଥିତ ରହିଥିଲେ । ବିଜୁ ପ୍ରେମୀ ମାନେ ବିଜୁ ବାବୁ ଅମର ରହେ, ନବୀନ ପଟ୍ଟନାୟକ ଜିନ୍ଦାବାଦ ଆଦି ସ୍କୋଗାନ ଦେଇଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୪/୨୦୨୧----୫,୧୦

ads

Blog Archive

Popular Posts