ads

Breaking News

କରୋନା ଆଇନ ଉଲ୍ଲଙ୍ଗନ କରି ଯାତ୍ରା ପରିଚାଳକ, ସହଯୋଗୀ ଓ ଅନ୍ୟ ଜଣେ ଗିରଫ

 ସାକ୍ଷୀଗୋପାଳ------ ରାଜ୍ୟରେ କରୋନାଯୋଗୁ ସବୁ ବନ୍ଦ କରାଯାଇଛି । ମାତ୍ର ସତ୍ୟବାଦୀରେ କରୋନା ଆଇନକୁ ଖୋଲା ଖୋଲି ଭାବେ ଉଲ୍ଲଙ୍ଗନ କରି ଯାତ୍ରା କରିବାରୁ ପରିଚାଳକ ତାଙ୍କ ସହଯୋଗୀ ଓ ଅନ୍ୟ ଜଣେ ଗିରଫ ହୋଇଥିବା ଜଣାପଡିଛି । ସତ୍ୟବାଦୀ ପୁଲିସ ବିଶେଷ ସୁତ୍ରରୁ ଖବର ପାଇ  ବଳପୁର ଗ୍ରାମ ପଞ୍ଚାୟତର ଏକ ସ୍ଥାନରେ ଖୋଲା ଯାଗାରେ ଶତାଧିକ ଲୋକଜମା ହୋଇ ଯାତ୍ରା ଦେଖୁଛନ୍ତି । ସତ୍ୟବାଦୀ ଥାନାର ସବଇନ୍ସପେକ୍ଟର ମଞ୍ଜୁଲତା ଦେଇ ରାତ୍ର କାଳୀନ ଯାଞ୍ଚ କରୁଥିବା ବେଳେ ଏହି ଖବର ପାଇ ଯାତ୍ରା ହେଉଥିବା ସ୍ଥଳରେ ପହଞ୍ଚି ତୁରନ୍ତ ଯାତ୍ରା ବନ୍ଦ କରିବା ପାଇଁ କହିଥିଲେ । ତାଙ୍କ କଥାକୁ କେହି ଖାତିରି ନ କରି ଯାତ୍ରା କରିଥିଲେ । ପରେ ପରେ ଖବର ପାଇ ସେଠାରେ ଫୋର୍ସ ସହିତ ପୁଲିସ ଅଧିକାରୀ ମାନେ ପହଞ୍ଚି ଲାଇଟି ସହିତ ଡାକବାଜିଯନ୍ତ୍ ଜବତ  କରିବା ସହ ତିନିଜଣଙ୍କୁ ମଧ୍ୟ  ଗିରିଫ କରାଯାଇଛି ବୋଲି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଥିବାରୁ  ସବୁ ବନ୍ଦ କରାଯାଇଛି । ସତ୍ୟବାଦୀ ପୁଲିସ କରୋନା ନିୟମ ଉଲ୍ଲଙ୍ଗନ କରିଥିବାରୁ ସେଠାରୁ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେମାନେ ହେଲେ ସାବିତ୍ରୀ ଗଣନାଟ୍ୟର ପରିଚାଳକ ନିମାଇଁ ସ୍ୱାଇଁ, ସହଯୋଗୀ ସୂର୍ଯ୍ୟକାନ୍ତ ଦାସ ଓ ଗ୍ରାମର ମାମଲତକାରୀ ବେଣୁ ମାଟିଆ ବୋଲି ଜଣାପଡିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୪/୨୦୨୧----୫,୧୫ 

ads

Blog Archive

Popular Posts