ads

Breaking News

ପୂର୍ବ ଶ୍ରତୃତାକୁ ନେଇ ଆକ୍ରମଣ କରିବା ପାଇଁ ଉଦ୍ଦ୍ୟମ

 ସାକ୍ଷୀଗୋପାଳ------ ସତ୍ୟବାଦୀ ଥାନାରେ ପୂର୍ବଶ୍ରତୁୃତାକୁ ନେଇ ଜୀବନରେ ମାରି ଦେବା ପାଇଁ ଆକ୍ରମଣ କରାଯାଇଛି ବୋଲି ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ସୁଚନା ଯୋଗ୍ୟ ଯେ ରାୟଖଣ୍ଡୀ ହରିଜନ ସାହିର ସସ୍ମିତା ଭୋଇ ଓ ବିପିନି ଭୋଇ ସାକ୍ଷୀଗୋପାଳକୁ ଆସିଥିଲେ । ଫେରିବା ସମୟରେ ଘର ଠାରୁ ଅଳ୍ପ ଦୁରରେ ଦ୍ୱିଜ ଭୋଇ ଏକ କଟୁରୀଧରି ବିପିନି ଭୋଇଙ୍କୁ ଜୀବନରେ ମାରି ଦେବା ପାଇଁ ଉଦ୍ଦ୍ୟମ କରିଥିଲେ । ଆମ ପାଟିଶୁଣି ଦ୍ୱିଜଙ୍କ ଘର ଲୋକମାନେ ସେଠାରେ ପହଞ୍ଚି ଦ୍ୱିଜକୁ ଭିଡିକି ନେଇଥିଲେ । ଦ୍ୱିଜ ରାଗରେ ବକାବନା କରିବା ସହ ଜୀବନରେ ମାରିଦେବ ବୋଲି ଧମକ ଦେଇ ଚାଲିଥାଏ । ପରେ ପରେ ପୁଲି ଏକ ଠେଙ୍ଗା ଧରି ଆମ ଘର ଆଗରେ ବକାବନା କରିବାରୁ ବିପିନିଙ୍କ ପରିବାର ଲୋଙ୍କମାନେ ଦ୍ୱିଜକୁ ଅଟକାଇବା ସହ ଦ୍ୱିଜଙ୍କ ଘରଲୋକମାନେ ଆସି ଦ୍ୱିଜକୁ ନେଇଥିଲେ ବୋଲି ସସ୍ମିତା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।ସେହିପରି ଅନ୍ନପୂର୍ଣ୍ଣା ଭୋଇଙ୍କ କଥାରେ ଦ୍ୱିଜ ଭୋଇ ଏଭଳି କାଣ୍ଡ କରୁଥିବା ସସ୍ମିତା କହିଛନ୍ତି । ସତ୍ୟବାଦୀ ଥାନାରେ ଏକ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛି ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୪/୨୦୨୧---୯,୦୦

ads

Blog Archive

Popular Posts