ads

Breaking News

କାର୍ଯ୍ୟରତ ପୁଲିସଙ୍କୁ ସହଯୋଗର ହାତ ବଡାଇଲା ଗରିବର ସାଥି ପରିବାର


 ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକର  ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗରିବର ସାଥି ପରିବାରର ସଦସ୍ୟ ମାନେ ଏବେ କରୋନା ସମୟରେ କାର୍ଯ୍ୟରତ ପୁଲିସ ମାନଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । ଗୋଟିଏ ପଟେ କରୋନାର ଦୁତୀୟ ଲହରୀ ମାଡ ସାଙ୍ଗକୁ ଅସହ୍ୟ ଗରମ ଲୋକମାନଙ୍କୁ ଆଉଟ ପାଉଟୁ କରିଛି । ସପ୍ତାହନ୍ତ ସର୍ଟଡାଉନ ସାଙ୍ଗକୁ ମାସ୍କ ଚେକିଙ୍ଗ ପୁଲିସ ପକ୍ଷରୁ କରାଯାଉଛି ।ଏହାକୁ ନଜର କରି ଗରିବର ସାଥି ପରିବାରର ସଦସ୍ୟ ସନ୍ଦୀପ ମହାପାତ୍ର, କୌଳାସ ପଲେଇ, ବାଲୁଙ୍କେଶ୍ୱର ମହାପାତ୍ର, ଚନ୍ଦନ ମହାପାତ୍ର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ପୁଲିସ କର୍ମଚାରୀ ମାନଙ୍କକୁ ପାନୀୟ ଜଳ ଯୋଗାଣ କରିଛନ୍ତି । ଏହାସହିତ ବିଭିନ୍ନ ବଜାର, ଛକ ଓ ଗ୍ରାମ ମାନଙ୍କରେ ଜନସାଧାରଣଙ୍କୁ କରୋନା ସଚେତନତା କରୁଥିବାର ଦେଖାଯାଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୪/୨୦୨୧----୭,୧୫


ads

Blog Archive

Popular Posts