ads

Breaking News

ମୁନିନ୍ଦା ଓ କଲ୍ୟାଣପୁର ଗ୍ରାମ ପଞ୍ଚାୟତରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା


 ଡେଲାଙ୍ଗ ------ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ବଡମୁନିଦା, ସାନ ମୁନିଦା, ସେବତିପୁର, ବରକେରା, ବେଲପଡା ସହିତ ବିଭିନ୍ନ ଗ୍ରାମରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ କୋଭିଡ ଗାଇଡି ଲାଇନି ପାଳନ କରି ଦୁଆର ଦୁଆର ବୁଲି ନିଜ ପାଇଁ ଭୋଟ ଭିକ୍ଷା ମାଗିଛନ୍ତି । ଏପରିକି ଘରେ ଘରେ ରୁଦ୍ର ଭୋଟ ଭିକ୍ଷା କରିବା ସମୟରେ କରୋନା ସଚେତନତା କରିବା ସହ ମାସ୍କ ବଣ୍ଟନ କରିଥିଲେ ।

ତାଙ୍କୁ ଗ୍ରାମରେ ଦେଖି ଯୁବକ ଓ ଯୁବତୀ , ମହିଳା ପୁରୁଷ ମାନେ ବେଶ ଆଗ୍ରହ ପ୍ରକାଶ କରିଛନ୍ତି । ଦିବଂଗତ ମହାରଥୀଙ୍କୁ ଭଲ ପାଉଥିବା ଗ୍ରାମର ମୁରବି ଓ କର୍ମୀ ମାନେ ରୁଦ୍ରକୁ ଦେଖିବା ପରେ ଆଖିରେ ଲୋତକ ଝରି ପଡୁଥିବାର ଦେଖାଯାଇଛି । ତାଙ୍କ ଗ୍ରାମରେ ତାଙ୍କୁ ପୁଅ ଆସିଥିବା ଜାଣି ଦୁଆର ମୁହଁରେ ମହିଳା ମାନେ ଥାଳିରେ ଫୁଲ, ଚାଉଳ, ଦୁବ, ବରକୋଳି ପତ୍ର ସହିତ ହୁଳୁହଳି ପକାଇ ବନ୍ଦାପନା କରିଥିଲେ । ଗ୍ରାମବାସୀ ମାନେ ନିଶ୍ଚିତ ଭାବେ ରୁଦ୍ରଙ୍କ ସପକ୍ଷରେ ଭୋଟ ଦେବେ ବୋଲି ତାଙ୍କୁ ଆଶ୍ୱସନା ଦେଉଥିବାର ଜଣାପଡିଛି ।

ରୁଦ୍ର ଗ୍ରାମରେ ପ୍ରଚାର କରିବା ସମୟରେ କର୍ମୀ ମାନେ ବିଶେଷ କରି ଗହଳି କରୁନଥିଲେ ।ଯେଉଁମାନେ ରହୁଥିଲେ ସେମାନେ ସାମାଜିକ ଦୂରତା ରକ୍ଷା କରୁଥିଲେ ।  ସେହିପରି ମୁନିଦା ଗ୍ରାମ ପଞ୍ଚାୟତରେ ବିଜେଡି ପ୍ରାର୍ଥୀ ରୁଦ୍ର ବୁଲିବା ସମୟରେ ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରିଡା, ଭିମସେନ ମୁଦୁଲି, ରାଜେଶ ରାଜ ସ୍ୱାଇଁ, ବିଭୁତି ପ୍ରଧାନ ପର୍ଯ୍ୟବେକ୍ଷକଙ୍କ ସହ ଅମୀୟ କୁମାର ପରିଡା, ଅଭିରାମ ପ୍ରଧାନ, ଅନନ୍ତ ପରିଡା, ମନୋରଞ୍ଜନ ପରିଡାଙ୍କ ସହ ବହୁ ବିଜେଡି କର୍ମୀ ମାନେ ତାଙ୍କ ପାଖେ ପାଖେ ରହିଥିଲେ । ସେହିପରି କଲ୍ୟାଣପୁର ପଞ୍ଚାୟତରେ ବିଜେଡି ପ୍ରାର୍ଥୀ ରୁଦ୍ର ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରିବା ସୟମରେ ତାଙ୍କ ପାଖରେ ସରପଞ୍ଚଙ୍କ ପ୍ରତିନିଧି ସଂଜୟ କୁମାର ଜେନାଙ୍କ ସହିତ ଅନ୍ୟ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୬/୪/୨୦୨୧----୭,୨୦

ads

Blog Archive

Popular Posts