ads

Breaking News

କଂଗ୍ରେସ ପ୍ରର୍ଥୀଙ୍କର ପ୍ରଚାର ଆରମ୍ଭ


 ଡେଲାଙ୍ଗ ------  ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ଅକାଳ ମୃତ୍ୟୁ ପରେ ନିୟମ ଅନୁସାରେ ଆଉଥରେ କଂଗ୍ରେସ ଦଳକୁ ନୂତନ ପ୍ରାର୍ଥୀପତ୍ର ଦାଖଳ କରିବାକୁ ସମୟ ଦିଆଯାଇଥିଲା । କଂଗ୍ରେସ ଦଳର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଥିଲେ ।ଆଜି ସେ ଡେଲାଙ୍ଗ ବ୍ଳକର ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ପ୍ରଚାର କରିଥିଲେ । ତାଙ୍କ ସାଙ୍ଗରେ ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ କୁମାର ମଙ୍ଗରାଜ, ଦିଲୀପ ପ୍ରଧାନ, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ନିରୁପମା ପାତ୍ର, ଧନଞ୍ଜୟ ହରିଚନ୍ଦନ ମହାପାତ୍ର, ଡ.ଗୌରୀ ସିଂ, ସଂଗ୍ରାମ ପାଇକରାୟ, ଅଶୋକ କୁମାର ରାଉତରାୟ ବିଜୟ ଗିରି, ଅଜୟ ଜେନା ପ୍ରମୁଖ କଂଗ୍ରେସ କର୍ମୀ ମାନେ କୋଭିଡ-୧୯ ଆଇନ ଅନୁସାରେ ଦଳ ପାଇଁ ପ୍ରଚାର କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୪/୨୦୨୧---୮,୦୦

ads

Blog Archive

Popular Posts