ads

Breaking News

ପ୍ରକାଶ ନାୟକଙ୍କ ଏକାଦଶାହ ସ୍ମୃତି ଚାରଣ ସଭା


 ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ସର୍ବପୁରାତନ ପ୍ରଭାତ କ୍ଳବର ସଭାପତି ତଥା ଶିକ୍ଷାବିତ୍ ଓ ସଂଗଠକ ପ୍ରକାଶ ନାୟକ କରୋନା ଯୁଦ୍ଧରେ ଗତ୧୬ ତାରିଖରେ ହାରିଯାଇଥିଲେ । ଏହି ଖବର ଡେଲାଙ୍ଗରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଥିଲା ।  ପ୍ରଭାତ କ୍ଳବ ପରିସରରେ ତାଙ୍କର ସ୍ମୃତି ଅବସରରେ ଏକାଦଶାହ  ସ୍ମୃତି ଚାରଣ ସଭାରେ ଡ. ରମେଶ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ । ଏହି ଅବସରରେ ସ୍ୱର୍ଗତ ଶ୍ରୀ ନାୟକଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରର୍ଥନା କରିବା ସହ ତାଙ୍କ ଫଟୋଚିତ୍ର ନିକଟରେ କ୍ୟାଣ୍ଡେଲ ଲଗାଯାଇ ସ୍ମୃତି ଚାରଣ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାତ କ୍ଳବର ସମ୍ପାଦକପଦ୍ମନାଭ ବରାଳ, ସହ ସମ୍ପାଦକ ବ୍ରହ୍ମାନନ୍ଦ ପରିଡା, ଗର୍ନ୍ଧବ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଲିଙ୍ଗରାଜ ସ୍ୱାଇଁ, ହୃଷିକେଶ ମହାରଣା, ସୁଶାନ୍ତ ବିଶ୍ୱାଳ, ପ୍ରଶାନ୍ତ ଦାଶ, ପ୍ରଭାତ ଜେନା, ଗଣେଷ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପ୍ରତାପ ଚନ୍ଦ୍ର ଦାଶ,. ସୁକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଦୀପ୍ତ ସ୍ୱାଇଁ ସ୍ମୃତି ଚାରଣ ସଭା ପରିଚାଳନା କରିଥିବା ବେଳେ ଦୀପକ କୁମାର ମିଶ୍ର ଓ ସ୍ୱାଗତ ବରାଳ ପ୍ରମୁଖ କାର୍ଯର୍୍ରକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୪/୨୦୨୧----୬,୫୫

ads

Blog Archive

Popular Posts