ads

Breaking News

ଥୁଆପାଲି ର ଅଚଳ ନଳକୂପ ଏବେ ଲୋକଙ୍କ ଶୋଷ ମେଣ୍ଟାଇ ପାରୁନି


ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ଏବେ ଗ୍ରୀଷ୍ମପ୍ରବାହ,ପାଣି ଟୋପେ ପାଇଁ ଲୋକେ ଡହକବିକଳ ହେଉଥିବା ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ବସଷ୍ଟେଣ୍ଡ ଛକ ପପଙ୍ଗା ରୋଡ଼ରେ ଆବାହମ କାଳରୁ ଲୋକଙ୍କ ପାନୀୟ ଜଳ ପାଇଁ ଏକ ନଳକୂପ ଖନନ ହୋଇଥିଲା । ଯାହା ଏବେ ଅଚଳ ଅବସ୍ଥାରେ ପଡି ରହି ଲୋକଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ରାତି ପାହିଲେ ଏହି ଛକ ଦେଇ ଶତାଧିକ ଲୋକେ ଯିବା ଆସିବା କରୁଛନ୍ତି । ସେହିପରି ଏହି ଛକରେ ବସ ଯୋଗେ ଯିବା ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି ।  ପାଣି ମୁନ୍ଦେ ପାଇଁ ଡହକବିକଳ ହେବାକୁ ପଡୁଛି। ତେବେ ଏଥିପ୍ରତି ବିଭାଗୀୟ ଅଧିକାରୀ ତଥା ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ନଳକୂପ କୁ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣ ରେ ଦାବି ହେଉଛି।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.,୨୦/୪/୨୦୨୧---୯,୩୦

ads

Blog Archive

Popular Posts