ads

Breaking News

ଜଟଣୀ ଲୟାର୍ସ ଆସୋସିଏସନ ତରଫରୁ ମଧୁ ଜୟନ୍ତୀ ପାଳିତ



ଜଟଣୀ ------ଓଡ଼ିଶାର ପ୍ରଥମ ବାରିଷ୍ଟର ମଧୁସୂଦନ ଦାସଙ୍କ ୧୭୩ ତମ ଜନ୍ମ ଜୟନ୍ତୀ ଲୟାର୍ସ ଆସୋସିଏସନ ହଲ ରେ ପାଳିତ ହୋଇଯାଇଛି। ଆସୋସିଏସନ ର ସଭାପତି ସୁଶୀଲ କୁମାର ମହାନ୍ତି ମଧୁ ବାବୁଙ୍କ ବିଷୟରେ ବହୁ ମୂଲ୍ୟବାନ କଥା କହିଥିଲେ। ଏହି ସଭାରେ ଉପ ସଭାପତି କାହ୍ନୁ ଚରଣ ପ୍ରଧାନ, ସମ୍ପାଦକ ଶିବ ପ୍ରସାଦ ରଥ, ରବି କୁମାର ପଣ୍ଡା, ପ୍ରଦୀପ ମହାନ୍ତି, ଅମରେଶ ରାଉତରାୟ, ଅକ୍ଷୟ କୁମାର ସାହୁ, କୈଳାଶ ଚନ୍ଦ୍ର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ସଭାକୁ ନିରାଡ଼ମ୍ବର ଭାବେ ପାଳିତ କରାଯାଇଥିଲା।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୪/୨୦୨୧----୮,୫୮

ads

Blog Archive

Popular Posts