ads

Breaking News

ସାକ୍ଷୀଗୋପାଳ ନିଉଜର ମହା ପ୍ରଭାବ" ଖବର ପ୍ରସାରଣ ପରେ ନଳକୂପ ମରାମତି ହେଲା


ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ:-ଏବେ ଗ୍ରୀଷ୍ମ ପ୍ରବାହ, ପ୍ରଚଣ୍ଡ ଖରା ତାତି କୁ ପାଣି ପାଇଁ ଲୋକେ ଆଉଟୁ ପାଉଟୁ।ଯାହା ଆମ ପ୍ରତିନିଧି ଖବର ପାଇ ଥୁଆପାଲି ବସଷ୍ଟେଣ୍ଡ ଛକ  ପପଙ୍ଗା କେନାଲ ରାସ୍ତା ରେ ଦୀର୍ଘ ଦିନରୁ ଏକ ନଳକୂପ ଅଚଳ ହୋଇ ପଡି ରହିଥିଲା । ଏହାକୁ ନେଇ ଗତ କାଲି ସାକ୍ଷୀ ଗୋପାଳ ନିଉଜ୍ ର ପ୍ରସାରଣ ପରେ ବିଭାଗୀୟ ଆର ଡବ୍ଲୁ ଏସ୍ ଏସ୍ ଅଧିକାରୀ ତଥା ବ୍ଲକ ପ୍ରଶାସନ ର ତତ୍ପରତା ପ୍ରକାଶ ପାଇ ଆଜି ନଳକୂପ ସଜାଡି ଦିଆଯାଇଛି।
ଯାହା ସ୍ଥାନୀୟ ଲୋକ ତଥା ଯିବା ଆସିବା ଲୋକେ ସାକ୍ଷୀଗୋପାଳ ନିଉଜ ସହିତ ବିଭାଗୀୟ ଅଧିକାରୀ ତଥା ବ୍ଲକ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି । ଏହିପରି ଗ୍ରୀଷ୍ମ ପ୍ରବାହ ରେ ପ୍ରତି ଛକରେ ପାନୀୟ ଜଳ ର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି। ସାକ୍ଷୀଗୋପାଳ ନିଉଜ ସବୁ ବେଳେ ଆପଣଙ୍କ ପାଖରେ ରହିଛି । ବିଭାଗୀୟ ଅଧିକାରୀ ମାନେ ଖବର ପ୍ରସାରଣ ପରେ ନଳକୂପଟିକୁ ମରାମତି କରି ଦେଇଥିବାରୁ ସାକ୍ଷୀଗୋପାଳ ନିଉଜ ପରିବାର ପକ୍ଷରୁ ଆପଣମାନଙ୍କୁ ଧନ୍ୟବାଦ ।


ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍. ୨୧/୪/୨୦୨୧-----୫,୪୦

ads

Blog Archive

Popular Posts