ads

Breaking News

ପ୍ରାଣି ଚିକିତ୍ସକମାନଙ୍କ ଆନ୍ଦୋଳନ ଡ଼ାକରା


ଯାଜପୁର----  ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ପ୍ରାଣି ଚିକିତ୍ସକ କେନ୍ଦ୍ରର,ପି ଭି ଓ,ଡକ୍ଟର ରଞ୍ଜନ କୁମାର ସେଠୀ ଓ ଆଡିସନାଲ ଭିଏସ୍ ଡକ୍ଟର ସୁବାସ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ, ଧର୍ମଶାଳାର ସମସ୍ତ ପ୍ରାଣି ଚିକିତ୍ସକମାନେ ଆନ୍ଦୋଳନ ଡାକରା ଦେଇଛନ୍ତି । ସାରା ରାଜ୍ୟରେ ଆନ୍ଦୋଳନ ଡ଼ାକରା ଦିଆଯାଇଛି ।  ସାଧାରଣ ଡାକ୍ତରଙ୍କ ପରି କନିଷ୍ଠ ପ୍ରଥମ ଶ୍ରେଣୀ ବର୍ଗରେ ପ୍ରାରମ୍ଭିକ ନିଯୁକ୍ତି ପାଇଁ ପ୍ରାଣି ଚିକିତ୍ସକ ମାନେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ଯ ରାଜ୍ଯ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଆସୁଛନ୍ତି । ଏଭଳି ଅଭିଯୋଗ ଆଣି ଆନ୍ଦୋଳନ ଡାକରା ଦେଇଛି ଓଡିଶା ପ୍ରାଣି ଚିକିତ୍ସକ ସେବା ସଂଘ। ଶୁକ୍ରବାର  ଭେଟେରିନାରି କାଉନ୍ସିଲ ହଲ୍ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ ସୁଚନା ଦେଇଛି। ପ୍ରାଣି ଚିକିତ୍ସକ ମାନେ କଳା ବ୍ଯାଜ ପରିଧାନ କରି ଆସନ୍ତା ୨୫ ତାରିଖରୁ ଡିଜିଟାଲ ସେବା ବନ୍ଦ ବର୍ଜନ କରିବେ। ମେ ୧ରୁ କଲମ ଛାଡ,ଚିକିତ୍ସାଳୟ ପରିସର କାର୍ଯ୍ୟ ନିର୍ଘଣ୍ଟ ଓ କାର୍ଯ୍ୟ ଦିବସ ବାହାରେ ସେବା ବିରତ,ମେ' ୧୫ରୁ ସମୂହ ଛୁଟି ଏବଂ ମେ' ୨୫ରୁ ସମୂହ ଇସ୍ତଫା ଦେବେ ବୋଲି ଚେତାବନି ଦେଇଛି ସଂଘ । ଏଥିପାଇଁ ଆଗାମି ଦିନରେ ଜନସାଧାରଣଙ୍କ ପାଇଁ ଉପୁଜିଥିବା ଅସୁବିଧା ପାଇଁ ଧର୍ମଶାଳାର ପିଭିଓ ଡକ୍ଟର ରଞନ କୁମାର ସେଠୀ ଓ ଆଡିସନାଲ ଭିଏସ୍ ଡକ୍ଟର ସୁବାସ ଚନ୍ଦ୍ର ଜେନା ଦୁଃଖ ପ୍ରକାଶ କରିଛନ୍ତି 
ଯାଜପୁରରୁ କାର୍ତ୍ତିକ ସ୍ବାଇଁଙ୍କ ରିପୋର୍ଟ ,୨୪/୪/୨୦୨୧--୪,୦୫

ads

Blog Archive

Popular Posts