ads

Breaking News

ଶବ ଦାହ ପାଇଁ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର କାଠ ଯୋଗାଇଲା


ଭେଡେନ---- ରାଜ୍ୟ ରେ ଏବେ ଦ୍ବିତୀୟ ଲହର କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଭେଡେନ ବ୍ଲକ ବକଟୀ ପଞ୍ଚାୟତ କୁଶନପୁରୀ ଗ୍ରାମରେ କରୋନା ମହାମାରୀ ଦ୍ଵିତୀୟ ଲହର ଲାଗି ରହିଛି ।ଏଥି ଯୋଗୁ ଶବ ଦାହପାଇଁ ବରଗଡ ରେ କାଠର ଅଭାବ ଦେଖାଦେଇଛି । ଘଣ୍ଟା ଘଣ୍ଟା ଧରି ଶବ ପଡି ରହୁଚି। ଏହାକୁ ନିଜର କରି ବରଗଡର ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଲ୍ପ ପରିବାର ର ବିକାଶ ଅଗ୍ରୱାଲା ଓ ସଦସ୍ୟ ମାନେ  ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ଏଥିରେ ଅନୁପ୍ରାଣିତ ହୋଇ  କୁଶନପୁରୀ ଗ୍ରାମର ସ୍ଵେଚ୍ଛାସେବୀ ମାନେ ଘର କୁ ଘର ବୁଲି ଏକ ଟ୍ରକ କାଠ ସଂଗ୍ରହ କରିଥିଲେ । ଉକ୍ତ କାଠକୁ ବରଗଡର ସ୍ବେଚ୍ଛାସେବୀ ସଂଗଠନ ସଂକଲ୍ପ ପରିବାର ମୁଖ୍ୟ ବିକାଶ ଅଗ୍ରୱାଲା ନିକଟକୁ ଏହି କାଠ ଟ୍ରକଟିକୁ ପଠାଇଛନ୍ତି। କୁଶନପୁରୀ ଗ୍ରାମବାସୀଙ୍କ ସହିତ ରସିଆ ସେଠ, ପାଣ୍ଡୁର ଭୋଇ,ମଣ୍ଟୁ ମିଶ୍ର,ଲିଂଗରାଜ ମହାପାତ୍ର, ଅଜିତ କୁମାର ଦାଶ, ଶ୍ୟାମ ବର୍ଗେ ପ୍ରମୁଖ ଏସବୁ କାର୍ଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ଭେଡେନ ରୁ ଭବାନୀଶଙ୍କର ପାଢୀ,
୨୭/୪/୨୦୨୧-----୯,୩୦

ads

Blog Archive

Popular Posts