ads

Breaking News

ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର


ଯୋଡ଼ା:-ଯୋଡ଼ା ଥାନା ଅନ୍ତର୍ଗତ ମାଇନିଂ ଅଫିସର ପଛପଟେ ଜଣେ ଯୁବକର ମୃତଦେହ ପଡିଥିବା ଦେଖି ସେଠାକାର ଲୋକମାନେ ଯୋଡ଼ା ଥାନାକୁ ଖବର ଦେଇଥିଲେ। ଖବର ପାଇ ଯୋଡ଼ା ପୁଲିସ ସେଠାରେ ପହଞ୍ଚି ଶବ ଜବତ କରିଥିଲେ। ଖବରୁ ଜଣା ପଡିଲା ମୃତକ ମଣ୍ଟୁ ମହାକୁଡ଼ ର ନିଜ ଘର ଚମ୍ପୁଆ ସ୍ଥିତ ସୁଲୁଗୁଡା ଗ୍ରାମର ବୋଲି।ସେ ଯୋଡ଼ାର ଭୂୟାଁ ବସ୍ତି,
ୱାଡ ନ - ୮ ତାଙ୍କ ପିଇସୀ ଘରେ ରହି ରାଜମିସ୍ତ୍ରୀ କାମକରୁଥିଲା। ତାଙ୍କର ସମ୍ପର୍କୀୟ ଭାଇ କହିଲେ ଯେ ସେ ଦୁଇଦିନ ହେଲା କୁଆଡେ ଯାଇଛି ଆମେ ଜାଣିନଥିଲୁ। ଆଜି ତାର ମୃତ୍ୟୁ ଖବର ଶୁଣି ଆମେ ବିଶ୍ୱାସ କରିପାରିଲୁ ନାହିଁ, ତାକୁ ହୁଏତ କେହି ଦୁର୍ବୁତ୍ତ ମାରି ଦେଇଥାଇ ପାରନ୍ତି ବୋଲି ସେ କହିଛନ୍ତି । ଯୋଡ଼ାକୁ ଗଣେଶ୍ୱର ବେହେରା , ୨୬/୪/୨୦୨୧----୬,୧୦

ads

Blog Archive

Popular Posts