ads

Breaking News

ପ୍ରଭାତ କ୍ଳବର ସଭାପତିଙ୍କ ଅକାଳମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ସଭା


 ଡେଲାଙ୍ଗ---ଡେଲାଙ୍ଗ ଷ୍ଟେସନ ସ୍ଥିତ ପ୍ରଭାତ କ୍ଳବର ସଭାପତି  ପ୍ରକାଶ ଚନ୍ଦ୍ର ନାୟକଙ୍କର ଅକାଳ ବିୟୋଗରେ  କ୍ଳବ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ନାୟକଙ୍କ ଘର ବେରବୋଇ ଗ୍ରାମରେ ହୋଇଥିବା ବେଳେ ସେ କଣାସ ସ୍ଥିତ ଦୟା ବିହାର କଲେଜରେ ଅଧ୍ୟାପକ ଥିଲେ । ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ କ୍ଳବର ବରିଷ୍ଠ ସଦସ୍ୟ ଦିବାକର ପ୍ରଧାନ ସଭାପତିତ୍ୱ କରିଥିଲେ । ଉପସ୍ଥିତ ଥିବା ସଦସ୍ୟ ମାନେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ଶ୍ରୀ ନାୟକଙ୍କର ସ୍ମୃତି ଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କ୍ଳବର ସମ୍ପାଦକ ପଦ୍ମନାଭ ବରାଳ, ସହ ସମ୍ପାଦକ ବ୍ରହ୍ମାନନ୍ଦ ପରିଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁଙ୍କ ସହିତ ପ୍ରଦୀପ୍ତ ସ୍ୱାଇଁ, ଗନ୍ଦର୍ବ ପ୍ରଧାନ, ସରିତ ମହାନ୍ତି, ହୃଷିକେସ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପରିଡା, ମନୋଜ ମିଶ୍ର, ପ୍ରଶାଦନ୍ତ ଦାସ, ରାଜିବ ଲୋଚନ ହାତୀ ପ୍ରମୁଖ ଉପସ୍ଥିତ ରହିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୪/୨୦୨୧---୮,୫୫

ads

Blog Archive

Popular Posts