ads

Breaking News

ସଂକ୍ରିଡା ଗ୍ରାମ ବହୁଜନ ସମାଜ ପାର୍ଟି ର ନେତା ରବୀନ୍ଦ୍ର କୁମାର ମେଘଙ୍କର ହୃଦଘାତରେ ପରଲୋକ


ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ଗ୍ରାମ ବହୁଜନ ସମାଜ ପାର୍ଟି ର ଆଗ ଧାଡିର ନେତା ରବୀନ୍ଦ୍ର କୁମାର ମେଘ ହୃଦଘାତ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ୫୭ ବର୍ଷ ହୋଇଥିଲା । ସ୍ଵର୍ଗତ ମେଘ ଜଣେ ଉଚ୍ଚ ଶିକ୍ଷିତ,ଉଚ୍ଚ ମନା ର ବ୍ୟକ୍ତିତ୍ୱ ଥିଲେ,ସେ ଭି ଏସ ଏସ ମେଡିକାଲ କଲେଜ ବୁର୍ଲା,ଅଟନୋମି ବିଭାଗକୁ ନିଜର ମରଶରୀର କୁ ଦାନ କରିଛନ୍ତି ।
ତାଙ୍କର ମର ଶରୀରରେ ଡାକ୍ତର ଛାତ୍ରଛାତ୍ରୀ ମାନେ ପାଠ ପଢି ପାରିବେ।ପରିବାର ପକ୍ଷରୁ ଭି ଏସ ଏସ କଲେଜ ବୁର୍ଲା କୁ ମରଶରୀର ନେବା କୁ ଫୋନ କରାଯାଇଥିଲା ।ବର୍ତ୍ତମାନ କରୋନା ମହାମାରୀ ଦ୍ଵିତୀୟ ଲହର ଯୋଗୁଁ କର୍ତ୍ତୁପକ୍ଷ ମନା କଲେ ବୋଲି ପରିବାର ସୂତ୍ରରୁ ଜଣାପଡିଛି।ସେ ଖ୍ରୀଷ୍ଟିୟାନ୍ ଧର୍ମାବଲମ୍ବୀ ଥିଲେ।
ଖ୍ରୀଷ୍ଟିୟାନ ଧର୍ମ ର ଫାଦର ଓ ସହକର୍ମୀ ମାନେ ଆସି ମର ଶରୀର ନିକଟରେ ପ୍ରାର୍ଥନା ସଭା କରିଥିଲେ।ବହୁଜନ ସମାଜ ପାର୍ଟି ପକ୍ଷରୁ ତାଙ୍କର ମରଶରୀର ରେ ଦଳୀୟ ପତାକା ଘୋଡା ଯାଇଥିଲା। ସେ ଜଣେ ପରୋପକାରୀ,ଗରିବ,ନିଷ୍ପେସିତ, ନିରିହ ଲୋକମାନଙ୍କର ସେବା କରି ଆସୁଥିଲେ।
ତାଙ୍କ ବିୟୋଗ ରେ ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅନ୍ତିମ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସଂକ୍ରିଡା ସରପଞ୍ଚ ଶୁସାନ୍ତ ସାହୁ,ସତ୍ୟଜିତ ପୁରୋହିତ, ସୁଜିତ ବେହେରା,ସିତାରାମ ବିଶି, ବିଦୁଆ ମେଘ, ପୂର୍ବତନ ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।ତାଙ୍କ ପଛରେ ବୃଦ୍ଧ ପିତା ମାତା, ବିଧବା ପତ୍ନୀ,ଭାଇ ଭଉଣୀ ଓ ଦୁଇ ପୁଅ ଝିଅ ଛାଡି ଯାଇଛନ୍ତି।ତାଙ୍କ ବିଲରେ ଶବସଂସ୍କାର କରଯାଇଛି।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍, ୧୭/୪/୨୦୨୧----୯,୧୦

ads

Blog Archive

Popular Posts