ads

Breaking News

ରେଡକ୍ରସ ତରଫରୁ ଅଗ୍ନିବିପନ୍ନ ପରିବାରଙ୍କୁ ସାହାର୍ଯ୍ୟ


  ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ପଲ୍ଲୀ ଗ୍ରାମରେ ୩୦ ତାରିଖ ରାତିରେ ଅଗ୍ନିକାଣ୍ଡ ଘଟି  ୪ଟି ପରିବାର ୬ ବଖରା ଘର ପୋଡି ଯିବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡିପାଉଁଶ ହୋଇଯାଇଥିଲା । କରୋନା ସମୟରେ ଏପରି ବିପର୍ଯ୍ୟସ୍ତରେ ଉକ୍ତ ପରିବାର ଭାଙ୍ଗି ପଡିଥିଲେ । ଏହା ଜାଣିପାରି ଡେଲାଙ୍ଗ ଗାଦିବ୍ରହ୍ମ ମହାବିଦ୍ୟାଳୟର ଅଧ୍ୟାପକ ତଥା ଯୁବ ରେଡକ୍ରସର ପରାମର୍ଶଦାତା ତ୍ରିନାଥ ପରିଡା ଏହି ଅଗ୍ନିକାଣ୍ଡ ସମ୍ପର୍କରେ ସମସ୍ତ ପ୍ରମାଣ ତଥ୍ୟ ଭାବେ ଫଟୋ ଭାରତୀୟ ରେଡକ୍ରସ ଓଡିଶାଙ୍କ ପାଖକୁ ପଠାଇବାସହ ଏମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସହାର୍ଯ୍ୟ କରିବା ପାଇଁ ନିବେଦନ କରିଥିଲେ । ଶ୍ରୀ ପରିଡାଙ୍କ ଠାରୁ ପତ୍ର ପାଇବା ପରେ ତୁରନ୍ତ ଅଗ୍ନିବିପନ୍ନ ପରିବାରଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ରେଡକ୍ରସ ଓଡିଶା ଶାଖାର ସଚ୍ଚିବ ସିଟିଏମ ସୁଗୁଣାଙ୍କ ତତ୍ୱବଧାନରେ ଯୁବ ରେଡକ୍ରସ ଡ. ଅଜୟ କୁମାର ତ୍ରିପାଠୀ, କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ସିନିୟର ଆସିଷ୍ଟାଣ୍ଡ ଲିଙ୍ଗରାଜ ପଣ୍ଡା, ଗାଦିବ୍ରହ୍ମ ମହାବିଦ୍ୟାଳୟର ଯୁବ ରେଡକ୍ରସର ପରାମର୍ଶଦାତା ତ୍ରିନାଥ ପରିଡା ପ୍ରମୁଖଙ୍କ ଉପସ୍ଥିତିରେ ଅଗ୍ନିବିପନ୍ନ ପରିବାରଙ୍କୁ ପଲିଥିନ, ମାସ୍କ, ସାନିଟାଇଜର, ସାବୁନ,ବ୍ଳିଚିଙ୍ଗ ପାଉଡର, ଶାଢି, ଧୋତି, ବାସନକୁସନ, ମଶାରି, କମ୍ବଳ, ଗାମୁଛା,  ପ୍ଳାଷ୍ଟିକ ମଶିଣା ସହିତ ବିଭିନ୍ନ ସାମଗ୍ରୀ  ପ୍ରଦାନ କରିଥିଲେ । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୧୨/୨୦୨୦, ୬,୩୦

ads

Blog Archive

Popular Posts