ads

Breaking News

ଗାନ୍ଧୀ ସ୍ମାରକୀ ସମିତି ଓ କସ୍ତୁରବା ସେବାକେନ୍ଦ୍ରର ତରଫର ଗାନ୍ଧୀ ଜୟନ୍ତୀ ପାଳିତ


  ଡେଲାଙ୍ଗ--- ଗାନ୍ଧୀ ସ୍ମାରକୀ ସମିତି ଓ କସ୍ତୁରବା ସେବାକେନ୍ଦ୍ରର ତରଫରୁ ବେରବୋଇ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ  ପ୍ରଥମେ ମାଲ୍ୟପର୍ଣ କରିବା ସହ ଧୂପ, ଦୀପ ପ୍ରଜଳନ କରାଯାଇଥିଲା । ଗାନ୍ଧୀଙ୍କ ପିୟ ଭଜନ ରାମଧ୍ୱନି କସ୍ତୁରବା ସେବାକେନ୍ଦ୍ରର ମୁଖ୍ୟ ପରିଚାଳିକା କବିତାରାଣୀ ପରିଡା ପାଠ କରିବା ପରେ ସମୂହ ପ୍ରାର୍ଥନା କରାଯାଇଥିଲା ।   ଏଥିରେ ସମିତିର ସଭାପତି ଇଂ ଦୀକ୍ଷିତ ନନ୍ଦ ମହାପ୍ତି ଅନୁଷ୍ଠିତ ଆଲେଚନା ଚକ୍ରରେ  ସଭାପତିତ୍ୱ କରିଥିବା ବେଳେ ସଂପାଦକ ଚନ୍ଦ୍ରଶେଖର ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଗୋବିନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ଅମରେନ୍ଦ୍ର ବାରିକ,  ବହ୍ମାନନ୍ଦ ପରିଡା, ବଲ୍ଲବ ବିଶ୍ୱାଳ, ଅଭୟ ଚରଣ ସାହୁ, କ୍ଷେତ୍ରବାସୀ ଆଳୁକ, କିଷାନ ପଟ୍ଟନାୟକ, ଜୟନ୍ତୀ ବିଶ୍ୱାଳ  ପ୍ରମୁଖ ଯୋଗଦେଇ ନିଜ ନିଜ  ବକ୍ତବ୍ୟ ରଖିଥଲେ । ଓଡିଶା ନିବାରଣ ଅଭିଯାନ ପକ୍ଷରୁ ରାଜ୍ୟ କୁ ମଦମୁକ୍ତ ଦାବି କରିଥିଲେ । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଓ ଓଡିଶାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଏକ ସ୍ମାରକ ପତ୍ର ସ୍ଥାନୀୟ ତହସିଲଦାରଙ୍କ ଜିରଆରେ ଦେବା ପାଇଁ ସ୍ୱାକ୍ଷର ସଂଗ୍ରହ ଆରମ୍ଭ କରାଯାଇଥିଲା । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts