ads

Breaking News

ଗାଡ଼ି ଚୋରି କେଶ ରେ ପାଞ୍ଚ ଅଭିଯୁକ୍ତ ଗିରଫ



ଖୋର୍ଦ୍ଧା ---- ଖୋର୍ଦ୍ଧା ଆଦର୍ଶ ଥାନାକୁ ବଡ଼ ସଫଳତା ମିଳିଛି ।ପାଞ୍ଚ ଜଣ ଗାଡ଼ି ଚୋରଙ୍କୁ ଖୋର୍ଦ୍ଧା ପୋଲିସ  ଗିରଫ କରିଛି ।ସୂଚନା ରୁ ପ୍ରକାଶ ଖୋର୍ଦ୍ଧା ଆଦର୍ଶ  ଥାନା ଅଧିକାରୀ ଉମାଶଙ୍କର ସିଂ ଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର  ଟିମ ଗଠନ କରାଯାଇ, ଗାଡ଼ି ଚୋର ଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା ।ଏବଂ  ପରେ ଖୋର୍ଦ୍ଧା ପୋଲିସ କୁ ଏକ ବଡ଼ ସଫଳତା ମିଳିଥିଲା ।ସମସ୍ତ ଅଭିଯୁକ୍ତ ସୁନାଖଳା ଏବଂ ବୋଲଗଡ ଅଞ୍ଚଳର ।ଅଭିଯୁକ୍ତ ମାନଙ୍କ ଠାରୁ ଉଣେଇଶ ଟି ମୋଟର ସାଇକଲ ଏବଂ ଗୋଟିଏ ମାରୁତି   ସ୍ଵିଫ୍ଟ୍ ଡିଯାୟର ନମ୍ୱର୍  OD 02 AS 6770 ଜବତ କରାଯାଇଛି ।ଆଜି ଖୋର୍ଦ୍ଧା ଆଦର୍ଶ ଥାନା ଠାରେ ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ ସାମ୍ବାଦିକ ସମ୍ମିଳନୀ ରେ ଏହି ସୂଚନା ଦେଇଛନ୍ତି ।  ଖୋର୍ଦ୍ଧା ଥାନା କେଶ ନମ୍ବର 341,342,343/2020  ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି  ।ଏବଂ ଅନ୍ୟାନ୍ୟ ଜାଗାରେ  ଚଢ଼ାଉ କରାଯାଇ ଥିବାର ସୂଚନା ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଶ୍ରୀ ସ୍ବାଇଁ କହିଛନ୍ତି । 
ପ୍ରଭାତ ମିଶ୍ର ଖୋର୍ଦ୍ଧା

ads

Blog Archive

Popular Posts