୩ ଦଫାଦାବି ନେଇ ଆୟୁଷ ଡାକ୍ତରଙ୍କ କଳା ବ୍ୟାଚ୍ ପରିଧାନ
ବରୀ ---- ରାଜ୍ୟ ଆୟୁଷ ଡାକ୍ତର ସଂଘର ନିର୍ଦ୍ଦେଶ କ୍ରମେ ଆଜି ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ ଡାକ୍ତର ମାନେ କଳା ବ୍ୟାଚ୍ ପରିଧାନ କରି ଶୃଙ୍ଖଳିତ ଭାବେ ରୋଗୀ ସେବା କରୁଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ୩ ଦଫା ଦାବୀ ନେଇ ରାଜ୍ୟର ଆୟୁଷ ଡାକ୍ତର ମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି କୋଭିଡି କେୟାର ସେଣ୍ଟର, କଣ୍ଟେନମେଣ୍ଟ ଜୋନ୍, ଜରୁରୀକାଳିନ ଓ ଓପିଡିରେ କାର୍ଯ୍ୟକରୁଛନ୍ତି । ସେମାନଙ୍କ ଦାବି ଅନୁଯାଇ କୋଭିଡ ଡିୟୁଟରେ କାର୍ଯ୍ୟରତ ଆୟିଷ ଡାକ୍ତର ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଉ । ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧାମାନଙ୍କ ପାଇ ଯେଉଁ ସବୁ ସୁବିଧା ଘୋଷଣା କରାଯାଇଛି ତାଙ୍କ ପାଇଁ କରାଯାଉ । ସମାନ କାମକୁ ସମାନ ବେତନ ପ୍ରଦାନ କରାଯାଉ । ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି ରଖିଛନ୍ତି । ଆସନ୍ତା ଅଗଷ୍ଟ ୧୪ ପଯ୍ୟନ୍ତ ନିରବ,ଶୃଙ୍କଳିତ ଭାବେ ରୋଗୀ ସେବା କରିବେ । ସରକାର ଯଦି ଦାବି ପୁରଣ ନ କରନ୍ତି ତାହାହେଲେ ୧୪ ତାରିଖ ଠାରୁ ଆନ୍ଦୋଳନକୁ ଓହ୍ଳାଇବେ ବୋଲି ଚେତାବନି ଦେଇଛନ୍ତି । ଏଥିରେ ଡାକ୍ତର ଶଶି କାନ୍ତ ସାହୁ, କୈଳାସ ଚନ୍ଦ୍ର ପତି,କୈବଲ୍ୟ ମଲ୍ଲିକ ସାମିଲ ହୋଇଥିଲେ ।
ଯାଜପୁର ବରୀରୁ- ଦର୍ଶନ ବେହେରା



